ହାତ ଖୋଲିଦେଲେ ଅମ୍ବାନୀ, ଦାନ କଲେ ୫ କୋଟି
by Argus News
Mon, Oct 21 | 7:20 p.m.

ଅର୍ଗସ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତୀ ତଥା ଇଣ୍ଡିଆର ନମ୍ବର ୱାନ ଧନୀ ମୁକେଶ ଅମ୍ବାନୀଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ବଦ୍ରୀନାଥ ଓ କେଦାରନାଥ ଗସ୍ତ ସମୟରେ ପୂଜାର୍ଚ୍ଚନା କରିବା ପରେ ୫ କୋଟି ଟଙ୍କା ଦାନ କରିଛନ୍ତି । ଉଭୟ ସ୍ଥାନରେ ପର୍ଯ୍ୟଟନର ବିକାଶ କେମିତି ହେବ ସେଥିଲାଗି ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତକାଲି ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ତୀର୍ଥସ୍ଥଳ ବଦ୍ରିନାଥ ଓ କେଦାରନାଥ ଧାମ ଗସ୍ତ କରିଥିଲେ । ଅମ୍ବାନୀଙ୍କ ଗସ୍ତ ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଦର୍ଶନ ସାରିବା ପରେ ଶ୍ରଦ୍ଧା ଓ ଭକ୍ତିର ସହିତ ୫ କୋଟି ଦାନ କରିଛନ୍ତି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ପୂର୍ବରୁ ବିଭିନ୍ନ ଧାମ ଯାତ୍ରା କରିଥିଲେ ଅମ୍ବାନୀ । ଏବଂ କେମିତି ଭଲରେ ବାହାଘର ସରିବ ସେନେଇ ଭଗବାନଙ୍କୁ ପ୍ରାର୍ଥନା ବି କରିଥିଲେ । 

ଅନ୍ୟନ୍ୟ ଆମ ସଂସ୍କୃତି, ଅନନ୍ୟ ଆମ ପରମ୍ପରା । ପ୍ରତିବର୍ଷ ଚାରିଧାମ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ତେଣୁ ଏଥର ବଦ୍ରୀନାଥ ଓ କେଦାରନାଥ ଧାମ ଗସ୍ତ କରିଥିଲେ ମୁକେଶ । ଗତକାଲି ସକାଳୁ ପ୍ରଥମେ ବଦ୍ରୀନାଥରେ ପହଞ୍ଚିଥିଲେ ମୁକେଶ । ଅମ୍ବାନୀ ବଦ୍ରିନାଥଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଦେଶର ସମୃଦ୍ଧି, ଶାନ୍ତି ଲାଗି କାମନା କରିଛନ୍ତି । ବଦ୍ରିନାଥ ଧାମରେ ପୂଜାର୍ଚ୍ଚନା  ଓ ଦର୍ଶନ ପରେ ମୁକେଶ ଅମ୍ବାନୀ ବାବା କେଦାରନାଥ ଧାମରେ ପହଞ୍ଚିଥିଲେ । ସେଠାରେ କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ପବିତ୍ର ଧାମର ଧାର୍ମିକ ମହତ୍ୱକୁ ନମନ କରିଥିଲେ। କେଦାରନାଥ ଧାମରେ ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି) ମୁକେଶଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଅମ୍ବାନୀ ତାଙ୍କ ପରିବାର ପକ୍ଷରୁ ବିକେଟିସି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କୁ ବଦ୍ରିନାଥ ଓ କେଦାରନାଥ ଧାମର ବିକାଶ ପାଇଁ ୫ କୋଟି ଟଙ୍କାର ଦାନ ରାଶି ଏକ ଚେକ୍ ମାଧ୍ୟମରେ ଦେଇଛନ୍ତି।

ମୋଟ୍‌ ଉପରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । ସେ ଯେଉଁ ଆଡ଼େ ଗସ୍ତ କରନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବି ବଢାଇ ଦିଆଯାଏ । ଗତକାଲି ମଧ୍ୟ କଡ଼ା ସୁରକ୍ଷାରେ ବଦ୍ରୀନାଥ ଓ କେଦାରନାଥରେ ପହଞ୍ଚିଥିଲେ ଅମ୍ବାନୀ । ହେଲେ ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ବିଶ୍ଵାସ ଲାଗି ସେ ଯେଉଁ ଅର୍ଥ ଦାନ କରିଛନ୍ତି ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।
 

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ