ଭୁବନେଶ୍ବର : ରାଜଧାନୀରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଆନାସ୍ଥେସିଆ ମେଡିସିନ ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ । ରିମାଣ୍ଡ ବେଳେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ । ଗତ 28ତାରିଖ ଅପରାହ୍ନ ରେ ବିଷ ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀ ଙ୍କୁ ହତ୍ୟାକରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ ।
ଅଧିକ ପଢନ୍ତୁ : ସ୍ୱାମୀ ସାଜିଲା ସୈତାନ, ନିଶା ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ କଲା ହତ୍ୟା
ହତ୍ୟାରେ ପ୍ରଦ୍ୟୁମ୍ନ ଙ୍କୁ ସହଯୋଗ କରିଥିଲେ ଦୁଇ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟା ର ରୁପ ଦେବାକୁ ମୃତଦେହ କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରିଥିଲେ । ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତର କୁ କହିଥିଲେ ଅଭିଯୁକ୍ତ ସ୍ୱାମୀ ।