ନବରଙ୍ଗପୁର ବିଜେଡିରେ ସ୍ଥିତି ପୂରା ସଂଘାତିକ
by Argus News
Sat, Apr 13 | 2:53 p.m.

ଅର୍ଗସ ବ୍ୟୁରୋ : ବାଉଳା ହେଲେଣି ବିଜେଡ଼ି କର୍ମୀ । ଭୋଟ୍‌ ପାଖେଇ ଆସୁଥିବାରୁ କେମିତି ଦଳରେ ନେତାଙ୍କ ସଂଖ୍ୟା ବଢିବ ସେନେଇ ହରଦମ କରୁଛି କସରତ । ସେଇଥି ଲାଗି ତ ଋଣ ଦେବା ବାହାନାରେ ଡାକିଲେ...ବେକରେ ଶଙ୍ଖ ଗାମୁଛା ଦେଇ ବିଜେଡିରେ ସାମିଲ କରିଦେଲେ । କିଛି ଏମିତି ସଙ୍ଗୀନ ଓ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁରରୁ । ଯାହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ହୋଇଛି ଏ ସରକାର ଭୋଟ୍ ଲାଗି ବିଳିବିଳେଇ ହେଲାଣି ।

ନବରଙ୍ଗପୁର ବିଜେଡିରେ ଏବେ ସ୍ଥିତି ପୂରା ସଂଘାତିକ । ଋଣ ଦେବା କହି SHG ମହିଳାଙ୍କୁ ବିଜେଡ଼ିରେ ମିଶାଉଛନ୍ତି ବିଜେଡ଼ି ବିଧାୟକ । ଏପରି ଅଭିଯୋଗ କରିଛନ୍ତି ଜଣେ ନାଏବ ସରପଞ୍ଚ  । ଯାହାଙ୍କୁ ଋଣ ଦେବାକୁ କହି ବିଜେଡିରେ ମିଶାଇଥିଲେ ବିଧାୟକ । ଆଜି ସେ ବିଜେପିକୁ ଫେରିବା ସହିତ ଋଣ ବାହାନାରେ ବିଧାୟକ ଜବରଦସ୍ତି ବିଜେଡିରେ ମିଶାଇଥିବା ଅଭିଯୋଗ କରିଛନ୍ତି । 

ଚନ୍ଦାହାଣ୍ଡି ବ୍ଲକ୍‌ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ହେଉଛନ୍ତି ରଶ୍ମିତା ସାହୁ । ଏଥିସହ ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ SHGର ଜଣେ ସଭ୍ୟ ମଧ୍ୟ ଅଛନ୍ତି । ରଶ୍ମିତା ସାହୁଙ୍କ କହିବା ଅନୁସାରେ, ଗତ ୮ ତାରିଖରେ ଋଣ ଦେବାକୁ କହି ବିଜେଡି ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସମର୍ଥକ SHG ମହିଳାଙ୍କୁ ଡାକିଥିଲେ । ତେଣୁ ମହିଳାମାନେ ଯାଇଥିଲେ । ହେଲେ ସେମାନଙ୍କୁ ବିଭିନ୍ନ ବାହାନା କରି ନବରଙ୍ଗପୁର ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବିଧାୟକ ବିଭିନ୍ନ ଯୋଜନା ସମ୍ପର୍କରେ ଭାଷଣ ଦେଇଥିଲେ ।  

ବିଧାୟକଙ୍କ ଏପରି କର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ନାଏବ ସରପଞ୍ଚ ରଶ୍ମିତା ସାହୁ ଓ ତାଙ୍କ ସମର୍ଥକ । ଋଣ ବିଷୟରେ ଆଲୋଚନା ପାଇଁ କାଡି ବିଜେଡିରେ ମିଶାଇବାକୁ ନାପସନ୍ଦ କରିଥିଲେ । ସବୁଠାରୁ ମଜାଦାର କଥା ହେଉଛି ମିଶ୍ରଣ ପର୍ବ ପରେ ଫଟୋ ଗୁଡ଼ିକୁ ସୋଶାଲ୍‌ ମିଡ଼ିଆରେ ସେୟାର କରାଯାଇଥିଲା । 

 

ସୋଶାଲ୍‌ ମିଡ଼ିଆରେ ଘୁରି ବୁଲୁଥିବା ଫଟୋ ଦେଖି ଗୌରିଶଙ୍କର ମାଝୀ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ତା’ପରେ ସବୁ କଥା ସାମ୍ନାକୁ ଆସିଥିଲା । SHG ଋଣ ଦେବାକୁ କହି ବିଧାୟକ ସଦାଶିଭ ପ୍ରଧାନୀ ଡାକି ବିଜେଡିରେ ଜବରଦସ୍ତି ମିଶାଇଥିବା ରଶ୍ମିତା କହିଥିଲେ । ଆଜି ରଶ୍ମିତାଙ୍କ ସମେତ ୧୦ ଜଣ SHG ମହିଳା ବିଜେପିକୁ ଫେରିଛନ୍ତି । 

ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁ କହିଛନ୍ତି, ବିଜେଡିରେ ମିଶିବୁ ବୋଲି ଜାଣିନଥିଲି । ଗ୍ରୁପ୍‌ ଋଣ ଦିଆଯାଉଛି ଓ ବିଧାୟକ ଡାକିଛନ୍ତି କହି ବିଜେଡି କର୍ମୀମାନେ ଆମକୁ ଡାକି ନେଇଥିଲେ । ଗଲା ପରେ ବିଜେଡି କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ସେଠାରେ ବିଜେଡିରେ ମିଶିଲୁ ବୋହି ମିଡ଼ିଆ ଆଗରେ କହିଦେଲେ । ହେଲେ ଏ ବିଷୟରେ ଆମେମାନେ କିଛି ଜାଣିନଥିଲୁ । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ