ଚାପୁଡ଼ା ମାରି ଫସିଲେ ନାନା ପାଟେକର, କହିଲେ ଭୁଲରେ ହୋଇଯାଇଛି
by Argus News
Thu, Nov 16 | 2:38 p.m.

ଅର୍ଗସ ବ୍ୟୁରୋ : ଅଡ଼ୁଆରେ ନାନା ପାଟେକର । ନିଜ ଫ୍ୟାନ୍ସକୁ ମାରିଲେ ଚାପୁଡ଼ା । ସୂଚନା ଅନୁସାରେ, ବାରାଣାସୀରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଜର୍ଣ୍ଣିର ସୁଟିଂ ଚାଲିଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଜଣେ ପ୍ରଶଂସକ ତାଙ୍କ ସହ ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ନାନା ପାଟେକର ଚାପୁଡ଼ା ମାରିଥିଲେ । 

 

ଯାହାର ଭିଡ଼ିଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଲୋକେ ଅଭିନେତାଙ୍କ ଏପରି ଆଚରଣକୁ ବ୍ୟବହାରକୁ ନିନ୍ଦା କରିଥିଲେ । ତେବେ ବର୍ତ୍ତମାନ ଘଟଣା ନେଇ ମୁହଁ ଖୋଲିଛନ୍ତି ଅଭିନେତା । ଘଟଣା ଉପରେ ପ୍ରତିକ୍ରିୟା ଦେଇ ନାନା ପାଟେକର କହିଛନ୍ତି ଯେ, ଭୁଲ୍‌ରେ ହୋଇଯାଇଛି କ୍ଷମା କରିଦିଅ ।'

ଭିଡିଓରେ ନାନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଫଟୋ ପାଇଁ କେବେ କାହାକୁ ନା କହି ନାହାନ୍ତି । ସେ ଜାଣନ୍ତି ନାହିଁ, ସେହି ବାଳକ କେଉଁଠାରୁ ଆସିଲା । ଯଦି ଭୁଲ ବୁଝାମଣା ହୋଇଛି, ତେବେ ସେ କ୍ଷମା ଚାହୁଁଛନ୍ତି । ଲୋକମାନେ ତାଙ୍କୁ ଭଲ ପାଉଛନ୍ତି, ସେ ଏପରି କାର୍ଯ୍ୟ କେବେ କରିବେ ନାହିଁ । ଆଗକୁ ଆସିଲେ, ସେ ସାମ୍ନାରେ ମଧ୍ୟ କ୍ଷମା ମାଗିବେ ବୋଲି କହିଛନ୍ତି ନାନା । 
 

MOTHER-IN-LAW
9m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
37m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ