ରାଜଧାନୀରେ ନାହିଁ ପାଣି, ୨୪ ଘଂଟା କ'ଣ ? ୨ ଘଂଟା ବି ଆସୁନି
by Argus News
Fri, Feb 23 | 2:33 p.m.

 ଭୁବନେଶ୍ୱର:  ପୁଣି ମିଛ କହିବାର ସୀମା ଟପିଲେ ନବୀନ ବାବୁ । କହିଥିଲେ, ଏଣିକି ୨୪ ଘଂଟା ମିଳିବ ପାଣି । କିନ୍ତୁ ବାସ୍ତବରେ ୨୪ ଘଂଟା କଣ ମୂଳରୁ ୨ ଘଂଟା ବି ଭଲରେ ପାଣି ଆସୁନି । ସେଇଥି ଲାଗି ତ, ଏମିତି ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ମହିଳାମାନେ ।  ନବୀନଙ୍କ କଥା ପାଣିର ଗାର.. ଏଇ ଯେମିତି ୨୪ ଘଣ୍ଟା ପାଣି ଯୋଗାଇବାର  ପ୍ରତିଶୃତି..  ୨୪ ଘଣ୍ଟା ତ ଦୂରର କଥା ୩/୪ ଘଣ୍ଟା କୁ ବି ପାଣି ନାହିଁ । ପାଣି  ପାଣି ପାଇଁ ହା ହା କାର ପଡିଲାଣି ।  ଏ ଚିତ୍ର ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର । ରାସ୍ତାରେ ଲାଗିଛି ଗାଡି । ରାସ୍ତାରେ ଏକାଠି ହୋଇ ଯିଏ ଯେମିତି ପାଇଲେ ବୋହି ନେଲେ ପାଣି । ଗତକାଲି ରାତିରୁ ପାଇପ ପାଣି ନ ଆସିବାରୁ ରାଜଧାନୀରେ ଉପୁଜୁଛି ଏମିତି ପରିସ୍ଥିତି।  ବିଶେଶ୍ୱର ବସ୍ତିରେ ଲୋକମାନେ ପାଣି ନ ପାଇ ଚିନ୍ତାରେ ରହିଥିଲେ। ଲୋକଙ୍କ ଅଭିଯୋଗ ପାଣି ପାଇପ ତ ଲାଗିଛି, କିନ୍ତୁ ପ୍ରତି ୨ , ୩ ମାସରେ ଏମିତି ଅସୁବିଧା ଦେଖାଯାଉଛି। 

 ପାଣି ୩ଦିନ ତ କେବେ ୪ଦିନ ଲେଖାଏଁ ଆସୁନି। ଖାଲି ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗାଇ ପ୍ରଚାର କରୁଛନ୍ତି। ଘରେ ଘରେ ପାଣି। କିନ୍ତୁ ନାହିଁ ନଥିବା ଅସୁବିଧା। ପାଣି କେବେ କେବେ ବହୁତ ଖରାପ ମଧ୍ୟ ଆସୁଛି। ଯେଉଁଭଳି  ଲୋକେ ପାଣି ନାହି ହଇରାଣ ହେଉଛନ୍ତି। ଅଭିଯୋଗ  ପରେ ପାଣି ଆସିଥିଲା କିନ୍ତୁ ଏତିକି ପାଣି ସମ୍ପୂର୍ଣ୍ଣ ବସ୍ତି ଲୋକଙ୍କୁ ହେଉ ନାହିଁ। ଉପରେ ଖରା ଦିନ। କିଏ ପାଣି ବାଲଟି ବାଲ୍ଟି ପାଇଲା ତ ଆଉ କିଏ ଲାଇନ ଲଗେଇକି ଫେରିଲା। ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। 

ଅଧିକ ଦେଖନ୍ତୁ : 
 

ନୂଆଁଖାଇରେ
2m ago
ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁର ଆସିବେ। କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର
କେମିତି କଟିବ
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି