୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଶିଖିପାରିଲେନି ଓଡ଼ିଶା !
by Argus News
Tue, May 07 | 9:43 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆକୁ ନେଇ ଚର୍ଚ୍ଚା ଜୋର । କେମିତି ଭୟଙ୍କର ଭାବରେ ଆମ ମିଠା ଭାଷାକୁ କଦର୍ଥ କରୁଛନ୍ତି । ଖାଲି କଦର୍ଥ କରୁଛନ୍ତି ତାହା ନୁହେଁ ବରଂ ବିଜେପି ଜିତିବାର ସ୍ଵପ୍ନ ଦେଖୁଛି ବୋଲି କହୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି କାହାକୁ ତୁମେ, କାହାକୁ ତୁ କୁହାଯାଏ ? ବୋଧହୁଏ ସେଇଥି ଲାଗି ତ କହୁଛନ୍ତି ବିଜେପି ଦିନରେ ସ୍ଵପ୍ନ ଦେଖୁଛନ୍ତି ବିଜୟ ହେବେ ବୋଲି । ଏ କଥା ଶୁଣିବା ପରେ ଆପଣ ବି କହିବେ,  ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ଯିଏ କି ଦିଲ୍ଲୀରୁ ଆସି ଏଇଠି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଓଡ଼ିଆ ଯେମିତି ଆଉ ତାଙ୍କ ସୋକଲ୍ଡ ଉତ୍ତରାଧିକାରୀଙ୍କ ଓଡ଼ଆ ଆହୁରି ତଦୃପ । ତେବେ ନବୀନ- ପାଣ୍ଡିଆନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି ।

ଓଡ଼ିଆ କହିବାକୁ ପସନ୍ଦ କରନ୍ତି ନାହିଁ ନବୀନ ବାବୁ । ଖାଲି ନବୀନ ବାବୁ କାହିଁକି ? ଓଡି଼ଶା ଭଲପାଉଛି କହୁଥିବା ପାଣ୍ଡିଆନ ବି ଆମ ଭାଷାକୁ ଅତି କଦର୍ଥ କରି କହୁଛନ୍ତି । ଓଡ଼ିଆ ଭାଷା ଶିଖିବାକୁ ମନରେ ଯଦି ସାମାନ୍ୟତମ ଇଚ୍ଛା ଥାଆନ୍ତା ତାହାଲେ ଓଡ଼ିଆ କେବେଠୁ ଏମାନେ ଶିଖିଥାଆନ୍ତେ । କିନ୍ତୁ କେବଳ ଲୋକ ଦେଖାଇବା ଲାଗି ଓଡ଼ିଆ କହୁଛନ୍ତି ନବୀନ । ସିଏ ପୁଣି ୧୦୦ ରୁ ୮୦ ଭୁଲ । ମୁଖ୍ୟମନ୍ତ୍ରୀଙ୍କୁ ଆମେ ଆଦୌ ବେସମ୍ମାନ କରୁନୁ ବରଂ ଆମ ଓଡ଼ିଆ ଭାଷା ଶିଖି ସଠିକ୍‌ରେ କହିବାକୁ ଅନୁରୋଧ କରୁଛୁ ।

୨୪ ନିର୍ବାଚନ ପ୍ରଚାର ପାଇଁ ରବିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରର ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଥିଲେ, ରାଜ୍ୟ ସରକାରଙ୍କ ଗୁମର ଖୋଲିଥିଲେ । ଖାଲି ଗୁମର ଖୋଲିଥିଲେ ତାହା ନୁହେଁ ବରଂ କେମିତି ପ୍ରକ୍ସି ସରକାର ଓଡ଼ିଶାକୁ ନଷ୍ଟ କରୁଛି ସେନେଇ ସବୁ ସତ କଥା କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀସଭା ପରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବି ନିର୍ବାଚନୀ ସଭାଥିଲା । ଆଉ ଏହି ସଭାରୁ ଫେରିବା ପରେ ହେଲକପ୍ଟରରେ ବିଜେଡି ନେତା ପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ବିଜେପିକୁ ନେଇ କଥାବାର୍ତ୍ତା ହୋଇଥିଲା । ଯାହାର ଭିଡିଓକୁ ନେଇ ସାଧାରଣ ଜନତା ଟ୍ରୋଲ କରିବା ସହିତ ଦୁଇ ଅଣଓଡ଼ିଆ ଯୋଡ଼ି ବଢିଆ ବୋଲି କହୁଛନ୍ତି ।
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍