ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ନବୀନ ! ବୁଝିବେ ତ ନେତା ?
by Argus News
Fri, Sep 27 | 7:37 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନରେ ବିଜେଡି ହାରିବା ପରେ ଦଳୀୟ ନେତା ସିଧାସିଧା କହିଥିଲେ କେବଳ ନିର୍ବାଚନ ପରିଚାଳନାରେ ଭୁଲ, ପାଣ୍ଡିଆନଙ୍କ ମନମାନି ଓ ବବିଙ୍କ ଅହେତୁକ କ୍ଷମତା ପାଇଁ ଦଳ ବିରୋଧୀ ଆସନରେ ବସିଲା । ତେଣୁ ସେମାନଙ୍କୁ ଦଳରୁ ଦୂରେଇ ରଖିବାକୁ ଅନେକ ବରିଷ୍ଠ ନେତା କାଳେ ନବୀନଙ୍କୁ ଭେଟି ପରାମର୍ଶ ଦେଇଥିଲେ । ଯେହେତୁ ନିର୍ବାଚନରେ ବରିଷ୍ଠଙ୍କୁ ଏତେ ଗୁରୁତ୍ଵ ଦେଇନଥିଲା ଦଳ ତେଣୁ ଏବେ ସେମାନଙ୍କୁ ଗୁରୁତ୍ଵ ଦେଇ ବୈଠକ କରୁଛନ୍ତି ନବୀନ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ନିର୍ବାଚନରେ ସାଙ୍ଘାତିକ ବିପର୍ଯ୍ୟୟ ପରେ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ବୟାନବାଜି ଉପରେ ଲଗାମ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆପଣେଇଛନ୍ତି ନୂଆ ଷ୍ଟ୍ରାଟେଜି । ଦଳର ୧୫ ଜଣିଆ ସମନ୍ୱୟ କମିଟି ପରେ ୩ଟି ନୂଆ କମିଟି ଗଠନ କରି ୬୦ ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି ଗଠନ ହୋଇଛି । କମିଟିରେ ଦଳର ବିଧାୟକ, ସାଂସଦ ଓ ପରାଜିତ ପ୍ରାର୍ଥୀମାନଙ୍କୁ ଥଇଥାନ କରି ସେମାନଙ୍କ ମୁହଁକୁ ବନ୍ଦ ରଖିବା ପାଇଁ ହୋଇଛି ପ୍ରୟାସ । ଖାସ କରି ୨୪ ନିର୍ବାଚନରେ ପାୱାର ଦେଖାଇ ହେଉଥିବା ତିନି ନେତାଙ୍କୁ ସବୁ କମିଟିରୁ ଦୂରେଇ ରଖାଯାଇଛି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଏହାରି ଭିତରେ ନିର୍ବାଚନ ସରିବାକୁ ୪ ମାସ ବିତିଲାଣି । କିନ୍ତୁ ପରାଜୟର ସମୀକ୍ଷା କରିବାକୁ ସାହସ ପାଉନି ଦଳର । କେବଳ ଜିଲ୍ଲାସ୍ତରର ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ନବୀନ । ଆଉ ଏହି ମୌକାରେ ନବୀନଙ୍କ ସହ ସବୁ କଥା ହେଉଛନ୍ତି ଜିଲ୍ଲାସ୍ତରର ନେତା । ଖାଲି ଆଲୋଚନା କରୁଛନ୍ତି ତାହା ନୁହେଁ ବରଂ କେମିତି ବବି ଓ ପାଣ୍ଡିଆନ ସଂଗଠନକୁ ନଷ୍ଟ କରିଛନ୍ତି ସେନେଇ ବି ଗୁମର ଖୋଲିଛନ୍ତି । ଖାସ କରି ନବରଙ୍ଗପୁର ଜିଲ୍ଲା ସମୀକ୍ଷା ବେଳେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ସିଧା ସିଧା ନବୀନଙ୍କୁ ଏଭଳି କିଛି ଶୁଣାଇଥିଲେ । କହିଥିଲେ, ଦଳର ନିର୍ବାଚନୀ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଅର୍ନ୍ତଘାତୀ କାର୍ଯ୍ୟ ଯୋଗୁ ବିଜେଡିକୁ ପରାଜୟ ଭୋଗିବାକୁ ପଡ଼ିଲା । ସେହିପରି ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ନିର୍ବାଚନ ବେଳେ ନବୀନ ନ ବୁଲିବା ଓ ସଙ୍ଗଠନ ପାଇଁ ସମୟ ନ ଦେବାକୁ ଦାୟୀ କରିଥିଲେ । ଆଉ ଅଶ୍ୱିନୀ ପାତ୍ର ମଧ୍ୟ ବିମୁଖ ନେତା ଙ୍କୁ ସଙ୍ଗଠନ କୁ ଫେରାଇ ଆଣିବାକୁ ଦେଇଥିଲେ ପରାମର୍ଶ । ତେବେ ପ୍ରଦୀପ, ବଦ୍ରୀ ଓ ଅଶ୍ୱିନୀ ଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାଥି ଥିବା ଅବିନାଶ ସାମଲ ମଧ୍ୟ ସମାନ କାରଣ ଦର୍ଶାଇ ଅସନ୍ତୋଷ ଝାଡିଛନ୍ତି । 

ସୂଚନା ଅନୁସାରେ, ଦଳର ୧୫ଜଣିଆ ସମନ୍ୱୟ କମିଟି ସଦସ୍ୟଙ୍କ ସମେତ ଅନ୍ୟ ୩ଟି ନୂଆ କମିଟିର ୬୦ଜଣିଆ ସଦସ୍ୟ ଓ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନଙ୍କୁ ନେଇ ୨୭ତାରିଖର ଶଙ୍ଖଭବନରେ ବୈଠକ ଡ଼କାଯାଇଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ତା ପୂର୍ବରୁ ବୈଠକ ଡକାଇ ଦଳରେ ସବୁକିଛି ଠିକ୍ ଚାଲିଛି ବୋଲି ସନ୍ଦେଶ ଦେବାକୁ ଯୋଜନା କରିଛି ବିଜେଡି । ହେଲେ ସମୟ କହିବ ଏ ମିଟିଂ କେତେ କାମ ଦେଉଛି ସଂଗଠନକୁ ସଜାଡିବାରେ ।
 

CHIEF MINISTER
19m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍