ପ୍ରଳୟଙ୍କାରୀ ବନ୍ୟା; ଭୂସ୍ଖଳନରେ ଆଖିବୁଜିଲେଣି 150ରୁ ଉର୍ଦ୍ଧ୍ୱ
by Argus News
Mon, Sep 30 | 5:52 p.m.

ଅର୍ଗସ ବ୍ୟୁରୋ: ନେପାଳରେ ବନ୍ୟା ଓ ବର୍ଷା ଭୟଙ୍କର ରୂପ ନେଇଛି । ଯୁଆଡେ ଆଖି ବୁଲାଇବ ପାଣି ହିଁ ପାଣି । ଘର, ରାସ୍ତାଘାଟ ସବୁ ଯେମିତି ନଦୀର ଭ୍ରମ ସୃଷ୍ଟି କରୁଛି । ଜଳବାୟୁ ପରିବର୍ତ୍ତନ ହେତୁ ଏପରି ଭୀଷଣ ବିପର୍ଯ୍ୟୟର ସାମନା କରୁଛି ପୃଥିବୀ । 54 ବର୍ଷର ରେଙ୍ଗ ଭାଙ୍ଗି ଲଗାତାର ଭାବେ ବର୍ଷା ହେଉଛି । ଫଳରେ ପୂର୍ବ ଓ ମଧ୍ୟ ନେପାଳରେ ଅନେକ ସ୍ଥାନ ଜଳମଗ୍ନ ହୋଇପଡିଛି । କିଛି ଅଞ୍ଚଳରେ ଅଚାନକ ବନ୍ୟା ଆସିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଏବେ ସୁଦ୍ଧା 150 ରୁ ଉର୍ଦ୍ଧ୍ୱ ଆଖିବୁଜିଲେଣି । ୩୨୨ ଘର ଓ ୧୬ ବ୍ରିଜ ଭାଙ୍ଗିଯାଇଛି । ଅନେକ ଜାତୀୟ ରାଜପଥ ଏବଂ ରାସ୍ତାରେ ଯାତାୟତ ବ୍ୟାହତ ହୋଇଛି । ଦେଶରେ 60ରୁ ଅଧିକ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି । ଯାତାୟତ ବାଧାପ୍ରାପ୍ତ ଯୋଗୁଁ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ।

ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରେ । ବନ୍ୟା, ବର୍ଷା ଓ ଭୂସ୍ଖଳନ ଯୋଗୁଁ କେନ୍ଦ୍ରୀୟ ଏବଂ ପୂର୍ବ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । କାଠମାଣ୍ଡୁ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ 37 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 226ଟି ଘର ଜଳମଗ୍ନ ହୋଇଛି । କାବରେ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 34 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 26 ଜଣ ନିଖୋଜ ଅଛନ୍ତି । ବର୍ଷା ଯୋଗୁଁ ଭୂସ୍ଖଳନ ହେତୁ କାଠମାଣ୍ଡୁକୁ ପ୍ରବେଶ ପଥ ମଧ୍ୟ ବାଧାପ୍ରାପ୍ତ ହୋଇଛି । 

ନେପାଳର ତାତୋପାନି ସୀମାକୁ ଚୀନ୍ ସହ ସଂଯୋଗ କରୁଥିବା ଭୋଟେକୋସି ନଦୀରେ ଥିବା ବେଲି ବ୍ରିଜ୍ ଧୋଇ ଯାଇଛି । ଏହି ସେତୁ ଧୋଇଯିବା କାରଣରୁ ଭୋଟେକୋସି ଗ୍ରାମୀଣ ନଗର ପାଳିକାର ୱାର୍ଡ ୨ ଏବଂ 3ର ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଭାବିତ ଅଞ୍ଚଳରେ 20 ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷା କର୍ମୀ  ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳରେ ସବୁ ଶିକ୍ଷାନୁଷ୍ଠାନକୁ ତିନି ଦିନ ଛୁଟି ଘୋଷଣା କରିଛି ପ୍ରଶାସନ । ଏବେ ସୁଦ୍ଧା 3 ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ନେପାଳରେ ପ୍ରବଳ ବର୍ଷା ହେତୁ କାଠମାଣ୍ଡୁର ମୁଖ୍ୟନଦୀ ବାଗମତୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛି ପ୍ରଶାସନ । 

 


 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ