ନେପାଳରେ ଭୂମିକମ୍ପ ଝଟ୍‌କା
by Argus News
Sat, Nov 04 | 6:34 a.m.

ଅର୍ଗସ ବ୍ୟୁରୋ : ଗତକାଲି ବିଳମ୍ଵିତ ରାତିରେ ନେପାଳରେ ତୀବ୍ର ଭୂମିକମ୍ପ। ଭୂମିକମ୍ପରେ ଥରି ଉଠିଲା ନେପାଳର ବିଭିନ୍ନ ଅଞ୍ଚଳ। ରିକ୍ଟର ସ୍କେଲରେ ୬.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଭୂମିକମ୍ପ ଦ୍ଵାରା ଅନେକ ଘର ଦବି ଯାଇଥିବା ସୂଚନା। ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ 70 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି।

ଅଧିକ ପଢନ୍ତୁ ଭାରତ ଖବର

ସେହିପରି ଗମ୍ଭୀର ଭାବେ ଆହତ ଲୋକମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୂକମ୍ପରେ ନେପାଳର ରୁକୁମ ପଶ୍ଚିମ ଓ ଜାଜରକୋଟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି। ସେପଟେ, ଏହାର ତୀବ୍ରତା ଏତେ ରହିଥିଲା ଯେ, ଏହା ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ସେହିପରି ବିହାରର ପାଟନା ଓ ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଅନୁଭୂତ ହୋଇଛି। ସୂଚନା ଅନୁସାରେ, ଏହି ଭୟଙ୍କର ଭୂକମ୍ପର କେନ୍ଦ୍ର ନେପାଳର ଜାଜରକୋଟ ଜିଲ୍ଲା ଲାମିଡାଣ୍ଡା। ସେପଟେ ଏ ନେଇ ନେପାଳର ପ୍ରଧାନମନ୍ତ୍ରୀ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ଦୁଃଖପ୍ରକାଶ କରିଛନ୍ତି। ଏହାବ୍ୟତୀତ ଉଦ୍ଧାର ନେଇ ୩ ସୁରକ୍ଷାବାହୀନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧାର କଲରାପତରିଆ
3m ago
ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା
ଅର୍ଗସ ବ୍ୟୁରୋ: ବାରିପଦା ଭଞ୍ଜପୁର ବୁଢିଖମାରୀ ଅଞ୍ଚଳକୁ ପସିଆସିଥିବା କଲରାପତରିଆ ବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲା ବନବିଭାଗ । ଏହାକୁ ଏକ ପିଞ୍ଜରାରେ ଭର୍ତ୍ତି କରି ରକ୍ଷକ ଗାଡିର
ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍