ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ
by Argus News
Mon, Nov 18 | 4:43 p.m.

ଅର୍ଗସ ବ୍ୟୁରୋ: ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଯୁଦ୍ଧର ଘମାଘୋଟ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ବୋମାଟି ପିଏମଙ୍କ ବାସଭବନର ବଗିଚାରେ ବିସ୍ପୋରଣ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବୋମା ମାଡ଼ ବେଳେ ପିଏମ କି ତାଙ୍କର କୌଣସି ପରିବାରର ସଦସ୍ୟ ଘରେ ନଥିଲେ । କିନ୍ତୁ ପିଏମଙ୍କ ବାସଭବନରେ ବୋମା ବର୍ଷା ହୋଇଥିବାରୁ ପୁରା ଦେଶରେ ହାଇଆଲର୍ଟ ଜାରି ହେବା ସହିତ କିଏ ଓ କେଉଁ ପରିସ୍ଥିତିରେ ବୋମା ମାଡ଼ କଲା ତାହାକୁ ନେଇ ତଦନ୍ତ ହେଉଛି ।

ଇସ୍ରାଏଲ ଓ ଇରାନର ସମ୍ପର୍କ ଲାଗାତାର ତିକ୍ତ ରହୁଛି । ଉଭୟ ଉଭୟଙ୍କ ଉପରେ ବୋମା ବର୍ଷା କରୁଛନ୍ତି । ପୂର୍ବରୁ ବି ଇରାନ ଏକାସାଙ୍ଗରେ ଇସ୍ରାଏଲ ଉପରେ ଏକାସାଙ୍ଗରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ହେଲେ ଆକାଶମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ଇସ୍ରାଏଲ ସମର୍ଥନ ହୋଇଥିଲା । ଏହି ସମୟରେ ଇରାନକୁ ଆମେରିକା ଚେତାଇ ଦେଇ କହିଥିଲା କି, ଇସ୍ରାଏଲ ଉପରେ ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଠିକ୍‌ ସେମିତି କିଛି ହେଲା । ପ୍ରତିଶୋଧର ନିଆଁରେ ଜଳୁଥିବା ଇସ୍ରାଏଲ ଅନ୍ଧାଧୁନ ଆକ୍ରମଣ କରିବା ପରେ ଅନେତ ଆତଙ୍କୀକୁ ନିପାତ ବି କରିଥିଲା । ହେଲେ ଏବେ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିବାରୁ ଏହା ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ସୂଚନା ଅନୁସାରେ, ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଶନିବାର ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି । ବୋମାମାଡ଼ ସମୟରେ ନେତନ୍ୟାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ ଏବଂ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ଇସ୍ରାଏଲ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

ଯୁଦ୍ଧ ଭିତରେ ଅକ୍ଟୋବର ମାସରେ ଇସ୍ରାଏଲ ଉପରେ ହିଜବୁଲ୍ଲା ଡ୍ରୋନ ଆକ୍ରମଣ କରିଥିଲା । ପୁଣି ମାସେ ପରେ ସମାନ ଧରଣର ଆକ୍ରମଣ ହୋଇଥିବାରୁ ଚିନ୍ତା ବଢିଛି । ଅବଶ୍ୟ ଇଟାର ଜବାବ ପଥରରେ ଦେବାରେ ଇସ୍ରାଏଲ ମାଷ୍ଟର ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଯେଉଁ ଆକ୍ରମଣ ହେଲା ତାହାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ, ବୋମା ଆକ୍ରମଣ ପରେ ଇସ୍ରାଏଲ ପୁଲିସ ଓ ଗୁଇନ୍ଦା ବିଭାଗ ମିଳିତ ତଦନ୍ତ କରୁଛି । ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି , ଆତଙ୍କବାଦୀମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି  ଏବଂ ଇସ୍ରାଏଲ ଏହାର ଯଥୋଚିତ ଜବାବ ଦେବ। ସୁରକ୍ଷା ଓ ନ୍ୟାୟିକ ଏଜେନ୍ସିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।  ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଏକ୍ସରେ ଏକ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।

 

SUBHADRA
36m ago
1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ରେ ୨୫ ଲକ୍ଷ ... ଦ୍ବିତୀୟ ପର୍ଯ୍ୟାୟ ରେ ୩୫ ଲକ୍ଷ । ଏବେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବ
MLA
45m ago
ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ଗତକାଲି ସଂଧ୍ୟାରେ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଯାଉଥିବା ବେଳେ ବିଧାୟକ ହିମାଂଶୁ ସାହୁଙ୍କ ଗାଡ଼ି ଅଟକାଇ କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲେ
HAREKRUSHNA MAHTAB
55m ago
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
ଅର୍ଗସ ବ୍ୟୁରୋ: ମହାନ ଜନନାୟକ ଓ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଜାତୀୟସ୍ତରରେ କରାଯାଇଛି ପାଳନ। ଭାରତ ସରକାରଙ୍
ଆଇଏଏସ୍ ବାବୁ
ବଢିଲା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ଅଡୁଆ
ଅର୍ଗସ ବ୍ୟୁରୋ: ଆଇଏଏସ୍ ବାବୁଙ୍କୁ ବଡ଼ ଝଟକା । ସାମ୍ନାକୁ ଆସିଲା ପୂର୍ବ ବିଜେଡି ସରକାରରେ ବଡ ଅଧିକାରୀଙ୍କୁ ପୋଲିସ ସୁରକ୍ଷାର ପ୍ରମାଣ। ବଢିଲା ଆଇଏଏସ୍ ତଥା ମାଲକାନଗିରିର ପୂର୍ବତ
AR RAHMAN
ଅଲଗା ହେଲେ ଏ.ଆର.ରହମାନ ଏବଂ ପତ୍ନୀ
ଅର୍ଗସ ବ୍ୟୁରୋ: ସଙ୍ଗୀତକାର ଏ.ଆର.ରହମାନଙ୍କଠାରୁ ତାଙ୍କ ପତ୍ନୀ ସାୟରା ତଲାକ ନେଇଛନ୍ତି। ତେବେ ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବ