ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ : ସନ ରାଇଜର୍ସ ହାଇଦ୍ରାବାଦ ବିଶାଳ ସ୍କୋର  
by Argus News
Thu, Mar 28 | 7:10 a.m.

 ନୂଆଦିଲ୍ଲୀ:  ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ । ବୁଧବାର ମୁମ୍ବାଇ ବିପକ୍ଷରେ ୨୭୭ ରନର ବିଶାଳ ସ୍କୋର କରି ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ସର୍ବାଧିକ ରନ ହାସଲକାରୀ ଦଳ ପାଲଟିଛି ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୭୭ ରନ କରିଥିଲା ।

ଏହାପୂର୍ବରୁ ଏହି ରେକର୍ଡ ଆରସିବି ନାଁରେ ଥିଲା। ୨୦୧୩ରେ ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ୧୧ ବର୍ଷ ପରେ ହାଇଦ୍ରାବାଦ ଏହି ରେକର୍ଡକୁ ଭାଙ୍ଗିଛି। ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଥିଲେ । 

ଅଧିକ ପଢନ୍ତୁ କ୍ରୀଡା ଖବର 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର