ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି !
by Argus News
Tue, Oct 08 | 7:24 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି । ସେମାନେ ଯାହା କହୁଛନ୍ତି ନବୀନ ତାହା କରୁଛନ୍ତି, ଠିକ୍‌ ସେମିତି ରାଜ୍ୟ କଂଗ୍ରେସ ବିଜେଡି କଥାରେ ବସଉଠ୍‌ ହେଉଛି । ସେମାନଙ୍କ ସମ୍ପର୍କ ସମସ୍ତେ ଜାଣନ୍ତି, ଉଭୟ ଦଳ ଏକାଠି ହୋଇ ହୀନ ରାଜନୀତି କରୁଛନ୍ତି । କିଛି ଏମିତି ଚାଞ୍ଚଲ୍ୟକର କଥା କହିଛନ୍ତି ବରଗଡ ବିଜେପି ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ । ଖାଲି କହିଛନ୍ତି ତାହା ନୁହେଁ ବରଂ ତାହାର ପ୍ରମାଣ ବି ରଖିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ।

ରାଜ୍ୟରେ ୨୪ ବର୍ଷ ପରେ ସରକାର ବଦଳିବା ପରେ ଗୋଟିଏ ପ୍ରସଙ୍ଗରେ ବିଧାନସଭାରେ ତୁମ୍ବିତୋଫାନ କରୁଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ସେଇଥି ଲାଗି ତ ଅଶ୍ଵିନୀ କହିଛନ୍ତି, ରାତିରେ ଉଭୟ ଦଳର ନେତା କଥା ହୁଅନ୍ତି । ସକାଳୁ ବିଧାନସଭାରେ ଆଲୋଚନା କରନ୍ତି । ଇଣ୍ଡି ମେଣ୍ଟ ଆଡକୁ ବିଜେଡି ଢଳୁଥିବା ପ୍ରସଙ୍ଗରେ କହିଛନ୍ତି, ନିଜ ସ୍ୱାର୍ଥ ହାସଲ ପାଇଁ ବିଜେଡି କିଛି ବି କରିପାରେ । ଯଦି ନବୀନ ଇଣ୍ଡି ମେଣ୍ଟକୁ ସମର୍ଥନ କରନ୍ତି ତାର କୌଣସି ପ୍ରଭାବ ପଡିବନି । ଜବାବରେ ବିଜେଡି କହିଛି, ଦଳ ଏକଲା ଚଲୋ ନୀତିରେ ଚାଲିଛି । ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରୁଛି । ଆମର ଦିଲ୍ଲୀରେ କେହି ମାଷ୍ଟର ନାହାନ୍ତି, ଓଡ଼ିଶାବାସୀ ଆମ ମାଲିକ । ସେହିପରି କଂଗ୍ରେସର ଉତ୍ତର ହେଲା, ଆମେ ଜାତୀୟ ଦଳ, ଆମ ଆଦର୍ଶ ଭିନ୍ନ । ରାଜ୍ୟ କଂଗ୍ରେସକୁ ବିଜେଡି କାହିଁକ ଚଳାଇବ ?

ରାଜ୍ୟରେ ଏବେ ନୂଆ ସରକାର । ଅନେକ ବିକାଶ କାମ କରୁଛି ବିଜେପି । ହେଲେ ଏହାକୁ ଦେଖି ପାରୁନି ବିଜେଡି । ନିଜେ ୨୪ ବର୍ଷ ସରକାରରେ ଥିବା ପରେ ବି ସେମିତି କିଛି ଆଖିଦୃଶିଆ କାମ କଲାନାହିଁ । ଦୁର୍ନୀତି ଏତେ ମାତ୍ରାରେ ବଢିଲା ଯେ ଲୋକେ ପ୍ରତ୍ୟାଖ୍ୟାନ କଲେ । ହେଲେ ଏବେ ପୁଣି କେମିତି କ୍ଷମତା ଅକ୍ତିଆର କରିବ ସେନେଇ ଗଳାବାଟ ଖୋଜୁଥିବା ଚର୍ଚ୍ଚା ଜୋର । ଏହାରି ଭିତରେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇଣ୍ଡି ମେଣ୍ଟ ମଜଭୁତ ହେଉଥିବା ଓ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଥିବା କଥା କହିଥିଲେ । ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି କ୍ଷମତାକୁ ଫେରିବା ପାଇଁ ଇଣ୍ଡି ମେଣ୍ଟ ଆଡକୁ ଢଳିବାରେ ଅସ୍ୱାଭିବକତା ଆଦୌ ନାହିଁ ।

ଗୋଟିଏ ପଟେ ହରିୟାଣା ଓ ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ। ଅନ୍ୟପଟେ ଏହାକୁ ଆଧାର କରି ଓଡ଼ିଶା ରାଜନୀତିରେ ନୂଆ ସମୀକରଣର ଅଭ୍ୟୁଦୟ। ଏସବୁ ଭିତରେ ରାଜ୍ୟ ରାଜନୀତି ଆଗକୁ କି ରୋଚକ ମୋଡ଼ ନେଉଛି ତାଉପରେ ନଜର ।

 

ଗ୍ରାଚୁଇଟି ସୀମା
29m ago
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
47m ago
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍