ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
by Argus News
Mon, Apr 29 | 1:50 p.m.


ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର  ଗୋଟିଏ ମାସ ସମୟ ବାକି ରହିଥିବାବେଳେ ଏହାରି ଭିତରେ ଚାଲିଛି ବିଭିନ୍ନ ଦଳର ପ୍ରସ୍ତୁତି। ତେବେ ଏହା ଭିତରେ ମେ’ ୧ ତାରିଖ ସୁଦ୍ଧା ବିଶ୍ୱକପ ପାଇଁ ସମସ୍ତ ଦଳ ଘୋଷଣା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲରେ ସାରା ବିଶ୍ୱ ବ୍ୟସ୍ତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଟିମ ଭାବରେ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ।  ପୁଣିଥରେ କେନ୍ ୱିଲିୟମସନଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ୱ ।

ଅଧିକ ପଢନ୍ତୁ : ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

 ଆହତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଥିବା ଡିଭନ୍ କନୱେ ସୁସ୍ଥ ହୋଇ ଦଳକୁ ଫେରୁଛନ୍ତି । ଏହାବ୍ୟତୀତ ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର ମଧ୍ୟ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ।ଅଭିଜ୍ଞତା ଯୋଗୁଁ ବୋଲ୍ଟଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । 
ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍(ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସବେଲ, ମାର୍କ ଚାପମେନ, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନରୀ, ଡାରିଲ ମିଚେଲ, ଜିମି ନିଶମ୍, ଗ୍ଲେନ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ମିଚେଲ ସାଣ୍ଟନର, ଇସ ସୋଢୀ ଏବଂ ଟିମ୍ ସାଉଦୀ ।

MODI
14m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
27m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ
PRIME MINISTER
36m ago
ଜୟନ୍ତଙ୍କୁ ପାଖକୁ ଡାକି କଣ କହିଲେ ପ୍ରଧାନମନ୍ତ୍ରୀ ?
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି