କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ
by Argus News
Mon, Aug 12 | 6:37 p.m.

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ । କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । ୯ମ ଥର ପାଇଁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ମଧ୍ୟ ହେଲା IIT ମାଡ୍ରାସ । ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ବିବେଚିତ ହୋଇଛି । ୩ ଟି ନୂଆ କାଟାଗୋରୀ ସହ ଏଥର ୧୬ଟି କାଟାଗୋରୀରେ ରାକିଂ ପ୍ରକାଶ ପାଇଛି । 

ପୂର୍ବ ବର୍ଷ ୧୩ ଟି କାଟାଗୋରୀରେ ରାଙ୍କ୍ ମିଳିଥିଲା । ଚଳତବର୍ଷ ନୂତନ ଭାବେ ଆଉ ୩ ଟି କାଟାଗୋରୀରେ ରାଙ୍କ୍ ଘୋଷଣା ହୋଇଛି । ଷ୍ଟେଟ୍ ୟୁନିଭରସିଟି ରାଙ୍କିଂ , ସ୍କିଲ୍ ୟୁନିଭରସିଟି ରାଙ୍କିଂ , ଓପନ୍ ୟୁନିଭରସିଟି ରାଙ୍କିଂ । 

IRF ଇଣ୍ଡିଆ ରାଙ୍କିଂ ର ନବମ ସଂସ୍କରଣ ୨୦୨୪  ଭାରତ ମଣ୍ଡପମ୍ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଚଳିତ ବର୍ଷ 16 ଟି କାଟାଗୋରୀରେ NIRF ରାଙ୍କ୍ ପୁରସ୍କାର ପ୍ରଦାନ କରାଯାଇଛି ।

ଏଥିପାଇଁ ଚଳିତ ବର୍ଷ 10885 ଆପ୍ଲିକେସନ ଆସିଥିଲା । 2023 ରେ 13 ଟି କାଟାଗୋରୀରେ ରାଙ୍କ୍ ଥିବାବେଳେ 2024 ରେ 3 ଟି ନୂଆ କାଟାଗୋରୀକୁ ପୁରସ୍କୃତ କରାଯାଇଛି ।
ବିଭିନ୍ନ ଷ୍ଟ୍ରିମ୍ ରେ ଦେଶର ପ୍ରଥମ 10 ଟି ଉତ୍କୃଷ୍ଟ ବିଶ୍ଵବିଦ୍ୟାଳୟକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ସମାରୋହରେ ଅତିଥି ଭାବେ ମିନିଷ୍ଟର୍ ଅଫ୍ ଷ୍ଟେଟ୍ ଏଜୁକେସନ ସୁକାନ୍ତ ମଜୁମଦାର, ସଚିବ ସଞ୍ଜୟ ମୂର୍ତ୍ତି, ୟୁଜିସି ଚେୟାରମ୍ୟାନ ଜଗଦୀଶ କୁମାର, AICTE ଚେୟାରମ୍ୟାନ ଟି ଜି ସୀତାରମ, ଏନବିଏ ପ୍ରଫେସନ ସହସ୍ର ବୁଧେ ପ୍ରମୁଖ ଉପସ୍ଥିତ ଥିଲେ । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବପ୍ରଥମେ ଶିକ୍ଷା ବିଭାଗ ଏନବିଏକୁ ଧନ୍ୟବାଦ୍ ଦେଇଥିଲେ ।  ଚଳତବର୍ଷ 6500 ଇନଷ୍ଟିଚ୍ୟୁଟ୍ ରାକିଂରେ ଭାଗ ନେଇଛନ୍ତି । ଏହାସହ 10885 ବିଭିନ୍ନ ଷ୍ଟ୍ରିମ୍ ର ବିଭିନ୍ନ କାଟାଗୋରୀରେ  ଭାଗ ନେଇଥିଲେ । ବାଇନାରୀ ଏକ୍ରିଡେସନ ପଲିସି କୁ ଖୁବ ଶୀଘ୍ର ପବ୍ଲିକ୍ ଡୋମେନ୍ ରେ ଆଣିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

ବିଦ୍ୟାର୍ଥୀର ଜାଣିବାର ଆବଶ୍ୟକତା ଅଛି ସେମାନେ କେଉଁ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି । ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କ ପାଖରେ ରହିବା ଆବଶ୍ୟକ । ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ରେ ନିଜକୁ ସାମିଲ କରିବାର ଆବଶ୍ୟକତା ରହିଛି । ଆଜିର ଯୁଗରେ ଦକ୍ଷତାର ଆବଶ୍ୟକତା ଡିଗ୍ରୀ ରୁ ମଧ୍ୟ ଅଧିକ ରହିଛି । Naac ର ରାଙ୍କିଂ  ବିଜ୍ଞାପନର ବିଷୟ ନ ହେଉ । ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ହେବା ଉଚିତ୍ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସେହିପରି ଇଣ୍ଡିଆ ରାଙ୍କିଂ  ଟପ୍ 100 ବିଶ୍ୱବିଦ୍ୟାଳୟ ମଧ୍ୟରୁ ସୋଆ 14 ନମ୍ବର ରାଙ୍କ୍ ରେ ରହିଛି । KIIT 15 ନମ୍ବର ରାଙ୍କ୍ ରେ ରହିଛି । ସେହିପରି ଟପ୍ 50 ଷ୍ଟେଟ୍ ପବ୍ଲିକ୍ ୟୁନିଭରସିଟି ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ 42 ନମ୍ବର ସ୍ଥାନ ପାଇଛି । ଟପ୍ 50 ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମଧ୍ୟରୁ ଓଡିଶାର ରାଉରକେଲା 30ନଂ ରାଙ୍କ୍ ରେ ସ୍ଥାନ ପାଇଛି।

Top 100 ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟରୁ ଓଡିଶାରୁ NIT ରାଉରକେଲା 19 ନମ୍ବର ସ୍ଥାନ ପାଇଛି । ସୋଆ 26, KIIT 37, IIT bbsr 54, CV raman global university 96 ରାଙ୍କ୍ ରେ ସ୍ଥାନ ପାଇଛି । 

Top 100 ମ୍ୟାନେଜମେଣ୍ଟରୁ Xim ୟୁନିଭର୍ସିଟି 43 ନମ୍ବର ରାଙ୍କ୍ ,IIM ସମ୍ବଲପୁର 50ରେ ରହିଛି ।
International mangemnet institute 61, ସୋଆ 62, KIIT 67 ସ୍ଥାନରେ ରହିଛି । 

Top 40  law ୟୁନିଭର୍ସିଟି ଭିତରୁ ଓଡିଶାରୁ ସୋଆ 9 ନମ୍ବର ସ୍ଥାନରେ ରହିଛି । KIIT 11, National law ୟୁନିଭେର୍ସିଟି କଟକ  26 ସ୍ଥାନ ପାଇଛି ।

Top 40 ଡେଣ୍ଟାଲ୍ ଭିତରୁ ସୋଆ 9 ରାଙ୍କ୍ , KIIT 22 ରେ ରହିଛି ।

Top 40 କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରୁ OUAT 15 ସ୍ଥାନ ପାଇଛି ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା