ଖାଲି ହାତ ନୁହେଁ ଗୋଡ ବି ଆଙ୍କୁଛି ଯାଦୁକରି ଚିତ୍ର
by Argus News
Mon, Jan 29 | 5:12 p.m.

ସୁବର୍ଣ୍ଣପୁର: ଖାଲି ହାତ ନୁହେଁ ଗୋଡ ବି ଆଙ୍କୁଛି ଯାଦୁକରି ଚିତ୍ର।  ଗୋଟିଏ ଥରକେ  ଗୋଡରେ  ଆଙ୍କିଦେଉଛନ୍ତି ଭିନ୍ନ ଭିନ୍ନ ଦୁଇଟି ଚିତ୍ର।  କିଛି ସମୟର ପରିଶ୍ରମ ପରେ ଜୀବନ୍ତ ହୋଇ ପଡୁଛି ପେନସିଲ ମୁନରେ ଅଙ୍କା ହୋଇଥିବା ଚିତ୍ର । ହାତ, ଗୋଡରେ ଆକର୍ଷଣୀୟ ଚିତ୍ର ଆଙ୍କୁଥିବା ଯୁବକ ଜଣଙ୍କ ହେଉଛନ୍ତି   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଗାଁର ରାଧେଶ୍ୟାମ ରଣା। ଏକ ଗରିବ କୁମ୍ଭାର ଘରେ ଜନ୍ମିତ ରାଧେଶ୍ୟାମଙ୍କ ଏ ଚମତ୍କାରୀ ଚିତ୍ରକଳା ଥରେ ଦେଖିଲେ ନଜର ହଟିବନ।  ସ୍କୁଲରେ ବିଭିନ୍ନ ସମୟରେ ଆକର୍ଷଣିୟ ଚିତ୍ର ଆଙ୍କି ପ୍ରଥମ ସ୍ଥାନ ମଧ୍ୟ ଅଧିକାର କରୁଥିଲେ । ତେବେ ପରବର୍ତି ମୁହୁର୍ତରେ ସେ ସୋସିଆଲ ମିଡିଆରୁ କିଛି ଜ୍ଞାନ ନେଇ ବିଭିନ୍ନ ପ୍ରକାର ଚିତ୍ର ସବୁ ଆଙ୍କିବା ସହ ଗୋଡରେ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି । ହେଲେ ଘରର ପରିସ୍ଥିତି ତାଙ୍କୁ ଆଗକୁ ଝିବାକୁ ବାଡଟ ଓଗାଳିଛି ।  

ଆର୍ଥୀକ ସ୍ଥିତି ଠିକ ନଥୀବାରୁ  +୨ ପରେ ଆଗକୁ ପଢି ପାରି ନାହାନ୍ତି ରାଧେଶ୍ୟାମ ।  ତେବେ ତାଙ୍କୁ କିଛି ସରକାରୀ ସହାୟତା ମିଳିଲେ ପୁଅ ଆଗକୁ ଯାଇ ପାରିବ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ରାଧେଶ୍ୟାମଙ୍କ ମା ।   ଖାଲି ରଙ୍ଗତୁଳିରରେ ଜୀବନନ୍ତ ଚିତ୍ର ଆଙ୍କନ୍ତି ନାହିଁ ମାଟିରେ ମଧ୍ୟ ସୁନ୍ଦର ସୁନ୍ଦର ମୁର୍ତ୍ତି ଗଢିଥାନ୍ତି ରାଧେଶ୍ୟାମ। ପ୍ରତିଭା ଅଛି ହେଲେ ରହିଛି ପ୍ରତ୍ସାହନର ଅଭାବ । ମିଳୁନି ଉଚ୍ଚିତ ସମ୍ମାନ । ତେବେ ଅଭାବ ଅନଟନର କଷାଘାତରେ ବି ଆଗକୁ ବଢିବାର ଲକ୍ଷ୍ୟ ନେଇ କିଛି ନୁଆଁ କରି ଦେଖାଇବାର ପଣ ନେଇଛନ୍ତି ଜଣେ ଚିତ୍ରଶିଳ୍ପୀ । ଅପରପକ୍ଷରେ ତାଙ୍କ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ । ରାଧେଶ୍ୟାମଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାବେଳେ ପର ଘରେ ମୁଲ ଲାଗି ଯାହା ଦୁଇ ପଇସା ଆୟ କରନ୍ତି ସେଥିରେ ପରିବାର ଚଳେ । ସେପଟେ ବର୍ତମାନ ଆଧିନୁକତାର ଛାପରେ ମାଟି ପାତ୍ରର ଚାହିଦା ନଥିବାରୁ କୌଳିକ ବୃତି ମଧ୍ୟ ପେଟକୁ ଦାନା ଯୋଗାଇ ପାରୁନି । ଫଳରେ ରାଧେଶ୍ୟାମଙ୍କୁ  ଥିବା ଆର୍ଟ କଲେଜରେ  ପାଠ ପଢାଇବାର ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି।  ପାଠରେ ଡୋରେି ଲାଗିଥିଲେ ହେଁ  କିନ୍ତୁ ଚିତ୍ର ଆଙ୍କିବାରୁ ନିବୃତ ରହି ନାହାନ୍ତି । ପ୍ରତିକୁଳ ପରିସ୍ଥିତିରେ ବି ଆକର୍ଷଣିୟ ଚିତ୍ର ଆଙ୍କି ଚାଲିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଜାଦୁକରୀ ଚିତ୍ରକାରଙ୍କୁ ଆର୍ଥିକ ସହାୟତା ।

ଅଧିକ ଦେଖନ୍ତୁ:  
 

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର