କ୍ୟାଲେଣ୍ଡର-୨୦୨୩ରେ ଏନଏସଇ (NSE)ର ରେକର୍ଡ ସଫଳତା
by Argus News
Sun, Dec 31 | 9:15 p.m.

ଅର୍ଗସ ବ୍ୟୁରୋ: ୨୦୨୩ କ୍ୟାଲେଣ୍ଡର ବର୍ଷ ଆଜି ଶେଷ ହେବା ସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଡିସେମ୍ବର 2023 ସୁଦ୍ଧା 8.5 କୋଟି ନିବେଶକଙ୍କ ଆଧାରରେ ପହଞ୍ଚି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏକ ଆଶ୍ବସ୍ତିକର ଖବର ହେଉଛି ଯେ, ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆଠ ମାସ ମଧ୍ୟରେ ନିବେଶକଙ୍କ ଆଧାର ଏକ କୋଟି ବୃଦ୍ଧି ପାଇଛି।

ଡିସେମ୍ବର ୨୯,୨୦୨୩ ସୁଦ୍ଧା 90 ଲକ୍ଷ ନିବେଶକଙ୍କ ସହ ମୋଟ ପଞ୍ଜୀକୃତ ନିବେଶକଙ୍କ ଭାବେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନ ହାସଲ କରିଛି ଯେଉଁଠାରେ ସମଗ୍ର ଭାରତର 99.85% ପିନକୋଡରୁ ପଞ୍ଜୀକରଣ କରାଯାଇଛି।

ତେଇଶ ନିବେଶକ ସେବା କେନ୍ଦ୍ର (ISC) କୁ ନେଇ ସମୁଦାୟ ୪୨ଟି କେନ୍ଦ୍ର ସୃଷ୍ଟି କରାଯାଇଛି। ନିଫ୍ଟି 50 ସେପ୍ଟେମ୍ବର 11, 2023 ରେ 20,000 ପଏଣ୍ଟ ଏବଂ ଡିସେମ୍ବର 8, 2023 ରେ 21,000 ପଏଣ୍ଟ ଛୁଇଁଲା ଏବଂ ଡିସେମ୍ବର 2023 ଶେଷ ସୁଦ୍ଧା 21,731 ରେ ବନ୍ଦ ହୋଇଗଲା ଯାହା 20% ରିଟର୍ଣ୍ଣ ଅଟେ।
2023 ମସିହାରେ NSE ର ବଜାର ପୁଞ୍ଜିକରଣ 29% ବୃଦ୍ଧି ହୋଇ 361 ଲକ୍ଷ କୋଟି (US $ 4.34 ଟ୍ରିଲିୟନ) ରେ ପହଞ୍ଚିଛି ଯେଉଁଠାରେ ଭାରତର ବଜାର ପୁଞ୍ଜିକରଣ 4 ଟ୍ରିଲିୟନ ଡଲାର ଅତିକ୍ରମ କରିଛି।

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (NSE) ଏମର୍ଜ ସୂଚୀଭୁକ୍ତ କମ୍ପାନି ଗୁଡ଼ିକର ବଜାର ପୁଞ୍ଜିକରଣ ପ୍ରଥମଥର ପାଇଁ ୧ଲକ୍ଷ କୋଟି ଟଙ୍କା ଟପିଛି। ୨୦୧୨ରେ ଏହା ପ୍ରଥମ ଥର ପାଇଁ ଏହା ପ୍ଲାଟଫର୍ମ ଆରମ୍ଭ ହୋଇଥିଲା। NSE ଇମର୍ଜରେ ମୋଟ ୪୦୯ କମ୍ପାନି ୮୨୯୦ କୋଟି ଟଙ୍କା ଉଠାଣ କରିଥିବାବେଳେ ସୂଚୀଭୁକ୍ତ ସଂଖ୍ୟା ୪୦୦ ଟପିଛି। ୨୦୨୩ରେ ୫୮ ମୁଖ୍ୟ ଲିଷ୍ଟିଂ ଦ୍ବାରା ମୋଟ ପାଣ୍ଠି ବ୍ୟବସ୍ଥା ୧୩.୫୪ ଲକ୍ଷ କୋଟି ଥିବାବେଳେ ୪୯,୨୭୩ କୋଟି ଟଙ୍କା ଉଠାଣ ହୋଇଛି। ସାମାଜିକ ଷ୍ଟକ ଏକ୍ସଚେଞ୍ଜ (SSE) ରେ ଏସଜିବିଏସ ଉନ୍ନତି ଫାଉଣ୍ଡେସନ ପ୍ରଥମଥର ପାଇଁ ସୂଚୀଭୁକ୍ତ ହୋଇଛି। ସେହିଭଳି ୪୧ରୁ ଅଧିକ ଏନପିଓ ଏସଏସଇରେ ପଞ୍ଜୀକୃତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ