ନଭେମ୍ବରରେ ପୁଣି ବାତ୍ୟା ! ପାଞ୍ଜିର ଆକଳନକୁ ନେଇ ବଢିଲା ଚର୍ଚ୍ଚା
by Argus News
Tue, Oct 29 | 7:03 p.m.

ଅର୍ଗସ ବ୍ୟୁରୋ: ସଜସଜ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ଦାନା । ଦାନା ପ୍ରଭାବରେ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତି ହୋଇଛି । ଅବଶ୍ୟ ଦାନା ଉପକୂଳ ଛୁଇଁବା ପରେ ଦୁର୍ବଳ ହୋଇଥିଲା । କିନ୍ତୁ ଓଡ଼ିଶା ଉପକୂଳ ହିଟ୍‌ ହେବା ବେଳେ ଘଂଟାପ୍ରତି ସର୍ବାଧିକ ୧୧୦ ରୁ ୧୨୦ କିଲୋମିଟର ବେଗରେ ବୋହିଥିଲା ପବନ । ଏବେ ବି ବାତ୍ୟାର କ୍ଷୟକ୍ଷତି ଆକଳନ ଚାଲିଛି । ଏହାରି ମଧ୍ୟରେ ପୁଣି ନଭେମ୍ବର ମାସରେ ବାତ୍ୟା ହେବାକୁ ନେଇ ପାଞ୍ଜି କହିବା ପରେ ଛାନିଆ ହେଲେଣି ଉପକୂଳବାସିନ୍ଦା ।

ଆସନ୍ତା ନଭେମ୍ବର ୫ରେ ପୁଣି ଓଡ଼ିଶାକୁ ରହିଛି ବାତ୍ୟା ଭୟ ।  ଅବଶ୍ୟ ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିନି କି ଆକଳନ ବି କରିନି । ହେଲେ ପଞ୍ଜିକାରେ ଲେଖାଥିବା ବାତ୍ୟାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ତେବେ ବାତ୍ୟାର ରୂପରେଖ କଣ ରହିବ ? କେତେ ପ୍ରଭାବ ପଡ଼ିବ ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି । ପୂରା ଓଡ଼ିଶାରେ ‘ଦାନା’ର ପ୍ରଭାବ ପଡ଼ିନଥିବା ବେଳେ ଯେଉଁ କିଛି ଅଞ୍ଚଳରେ ପଡ଼ିଛି ତାହା ବି କିଛି କମ୍‌ ନୁହେଁ । ବିଶେଷକରି ‘ଦାନା’ ପ୍ରଭାବରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । 

ପାଣିପାଗ ବିଭାଗ ନୁହେଁ ବରଂ ଖଡ଼ିରତ୍ନ ପଞ୍ଜିକା ଏଥର ଚିନ୍ତା ବଢାଇଛି । ପଞ୍ଜିକା ଲେଖାଯାଇଛି, ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏହାପୁଣି  ଅକ୍ଟୋବର ୧୭ରୁ ୨୩ ସହ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ । 

ପାଣିପାଗ ବିଭାଗର ପୂର୍ବାନୁମାନର ଢେର ପୂର୍ବରୁ ଓଡ଼ିଶା ଉପକୂଳରେ ଅକ୍ଟୋବରରେ ବାତ୍ୟା ହିଟ୍‌ ହେବ ବୋଲି କହିଥିଲା ପାଞ୍ଜି । ଯାହା ସତ ପ୍ରମାଣିତ ହୋଇସାରିଛି । ଏବେ ପୁଣି ନଭେମ୍ବରରେ ବାତ୍ୟା ହେବ ବୋଲି କୁହାଯାଇଥିବାରୁ ଲୋକେ ଛାନିଆ ହେଲେଣି । ତେବେ ପାଞ୍ଜିର ପୂର୍ବାନୁମାନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ପାଣିପାଗ ବିଭାଗ କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନି କି ସମୁଦ୍ରରେ ଲଘୁଚାପ ଦାନା ବାନ୍ଧୁଥିବା ନେଇ କୌଣସି ସୂଚନା ଏଯାବତ ନାହିଁ । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଣ୍ଡାମାନ ସାଗରରେ ଲଘୁଚାପ ହେବା ପୂର୍ବରୁ ଭାରତୀୟ ପାଣିପାଗ ବିଭଗ ବା ଆଇଏମଡି ବାତ୍ୟା ନେଇ ଖବର ଦେଇଥିଲା । କେଉଁଠି ଓ କେତେବେଳେ ବାତ୍ୟା ମାଡ଼ ହେବ ସେନେଇ ବି ସୂଚନା ଦିଆଯାଇଥିଲା । କେନ୍ଦ୍ରାପଡ଼ାକୁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ କ୍ଷତି କରିଥିଲା ଦାନା । ତେଣୁ ଏବେ ପୁଣି ଥରେ ବାତ୍ୟା ଖବର ଆସୁଥିବାରୁ ଚର୍ଚ୍ଚା ଜୋର । ହେଲେ ବାତ୍ୟାକୁ ନେଇ ଆଦୌ ଭୟଭୀତ ନହେବା ସହିତ ପାଣିପାଗ ଖବରକୁ ଅପେକ୍ଷା କରିବାକୁ ଅନୁରୋଧ ।
 

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ