ବିଜେଡି ଫୋକସ୍‌ରେ ପଶ୍ଚିମ ଓଡ଼ିଶା : ଏଥର ବି ଡବଲ ଆସନରେ ନବୀନ
by Argus News
Thu, Apr 18 | 4:12 p.m.

ଅର୍ଗସ ବ୍ୟୁରୋ:  ହିଞ୍ଜିଳି, ବିଜେପୁରରୁ ଲଢିଥିଲେ । ଏବେ ପୁଣି ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକା ସାଙ୍ଗରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଓହ୍ଲାଇବେ ନିର୍ବାଚନ ବୈତରଣୀକୁ । ହେଲେ ବାରମ୍ବାର ହିଞ୍ଜିଳିରୁ ଲଢି ବିଜୟ ହେଉଥିବା ପରେ ବି କାହିଁକି ବଲାଙ୍ଗିର ମୁହାଁଇଲେ ନବୀନ ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲଗାତାର ଷଷ୍ଠଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପୂର୍ବଥର ମଧ୍ୟ ସମାନ ଢଙ୍ଗରେ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ନିର୍ବାଚନ ଲଢିଥିଲେ ନବୀନ । ଉଭୟ ଆସନରୁ ବି ବିଜୟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପୁର ଛାଡିଥିଲେ ନବୀନ, ଉପ-ନିର୍ବାଚନରେ ଜିତିଥିଲେ ରୀତା ସାହୁ । ଏଥର ବି ସମାନ ଢଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନବୀନ । ଯଦି କଣ୍ଟାବାଞ୍ଜିରୁ ନିର୍ବାତନରେ ବିଜୟ ହେବେ ତେବେ ନିୟମ ଅନୁସାରେ ଗୋଟିଏ ଆସନ ତାଙ୍କୁ ଛାଡିବାକୁ ପଡିବ । ଅର୍ଥାତ୍‌ ନବୀନ ହିଞ୍ଜିଳି ରଖି କଣ୍ଟାବାଞ୍ଜି ଛାଡିଲେ ସେଠାରେ ପୁଣି ଉପ-ନିର୍ବାଚନ ହେବ ।

ପଶ୍ଚିମ ଓଡ଼ିଶା କାର୍ଡ ଖେଳିବାକୁ ଚେଷ୍ଟା କରିଛନ୍ତି ନବୀନ । କିନ୍ତୁ କଣ୍ଟାବାଞ୍ଜି କଂଗ୍ରେସର ଗଡ । ଲଗାତାର ସନ୍ତୋଷ ସିଂ ସାଲୁଜା ସେଠାରୁ ନିର୍ବାଚନରେ ବିଜୟ ହୋଇ ଆସୁଛନ୍ତି । ତେଣୁ ସେଠାରୁ ନବୀନ ଜିତିବା ଏତେ ସହଜ ନୁହେଁ । ଏପଟେ ବିଜେଡିର ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଛନ୍ତି, ନବୀନ ବାବୁ ସନ୍ତୋଷଙ୍କୁ ଡରିଗଲେ । ତେଣୁ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି । ହେଲେ ଏ ଆସନ ସ୍ଵାଭିମାନର ଆସନ । ବାହାର ଲୋକଙ୍କୁ ଏଠିକାର ଲୋକେ ଭୋଟ ଦିଅନ୍ତି ନାହିଁ । ତେବେ ସମୟ କହିବ କଣ୍ଟାବାଞ୍ଜିର ଭୋଟରଙ୍କ କଥା କିଏ ରଖୁଛି ?
 


 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ