ଆସିଲା ADR ରିପୋର୍ଟ : ୬୫ ନେତାଙ୍କ ନାଁରେ ଅପରାଧିକ ମାମଲା
by Argus News
Tue, May 07 | 9:51 p.m.

ଅର୍ଗସ ବ୍ୟୁରୋ : ADR ରିପୋର୍ଟ ଆସିଲା, ବିଜେଡି ନେତାଙ୍କ ଗୁମର ଖୋଲିଲା । ରାଜ୍ୟରେ ୧୩ ତାରିଖରେ ଭୋଟ୍‌ ପଡ଼ିବ, ଏହା ପୂର୍ବରୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ । ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି । ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା । ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସଂପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ । ସେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି । ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ । ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନିଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା। ସବୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଏବଂ ଓଡ଼ିଶା ଇଲେକସନ ୱାଚ୍।

ବିଜେଡିରେ ମାଳମାଳ ଦାଗୀ ନେତା । ଏ କଥା ଆମେ ନୁହେଁ ବରଂ ଏଡିଆର ରିପୋର୍ଟ ହିଁ କହୁଛି । ଗୋଟିଏ କଥା ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ଆମେ ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ରଖୁଛୁ । ହେଲେ ତାଙ୍କ ଦଳର ମାଳମାଳ ନେତାଙ୍କ ନାଁରେ ସାଙ୍ଘାତିକ ଓ ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ସେମାନଙ୍କୁ ଦଳ କେମିତି ଟିକଟ ଦେଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନ କଥା କୁହନ୍ତି ଗୋଟାଏ ଆଉ କରନ୍ତି ଆଉ ଗୋଟାଏ ବୋଲି ଲୋକେ କହିଲେଣି ।
 

ମତଦାନ
7m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
17m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
33m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର