ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ'
by Argus News
Tue, Oct 15 | 6:35 p.m.

ଅର୍ଗସ ବ୍ୟୁରୋ: ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ' । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ  କେମ. କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡା । ଓଡ଼ିଶାର ପାରାଦୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି । ୧୯ ତାରିଖରେ ୩୦୦ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ଓଡିଶା ସରକାର । ବିଭିନ୍ନ ସେକ୍ଟରର ନିବେଶକ ହେବେ ସାମିଲ । କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ । ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି ।

ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି । ପୂର୍ବ ସରକାର ଲୋକ ଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ । ଲୋକଙ୍କ ସରକାର କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇବ । ନିଶ୍ଚୟ ଭାବେ କେନ୍ଦୁଝରରେ ମୋହନ ସରକାର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଓଡିଶା ଆଗାମୀ ଦିନରେ ଶିଳ୍ପରେ ହବ୍ ହେବାକୁ ଯାଉଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ