କମିଲା ନବୀନଙ୍କ ସୁରକ୍ଷା : ଏବେ ପାଇଲଟ୍‌ ଗାଡି ବି ନାହିଁ
by Argus News
Mon, Nov 04 | 7:38 p.m.

ଅର୍ଗସ ବ୍ୟୁରୋ: ୨୪ ବର୍ଷ ପରେ ମାଳମାଳ ପୋଲିସ କର୍ମୀଙ୍କ ଗହଣରୁ ଏବେ ବାହାରିଲେ ନବୀନ । ଅର୍ଥାତ୍‌  ନବୀନଙ୍କ ଆଖପାଖରେ ଯେଉଁପରି ମାଳମାଳ ସୁରକ୍ଷା କର୍ମୀ ତେହେନାତ୍‌ ଥିଲେ ସେମିତି ଆଉ ହେବନି । କାରଣ ରାଜ୍ୟ ସରକାର ନବୀନଙ୍କର ସୁରକ୍ଷାକୁ ହ୍ରାସ କରିଛନ୍ତି । ପୂର୍ବରୁ ୨୩ ଜଣିଆ ସୁରକ୍ଷା କର୍ମୀଙ୍କୁ କମାଇ ମାତ୍ର ୨ ଜଣ ପର୍ସନାଲ ସିକ୍ୟୁରିଟି ଅଫିସର ବା PSO ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଖାଲି ନବୀନଙ୍କ ସୁରକ୍ଷା କମିଛି ତାହା ନୁହେଁ ବରଂ ପାଣ୍ଡିଆନଙ୍କ ସୁରକ୍ଷାକୁ ବି ପ୍ରତ୍ୟାହାର କରାଯାଇଛି । ଏମିତି କି IPS କୁଟ୍ଟେଙ୍କ କ୍ୱାର୍ଟର ଜଗିବାକୁ ବି ବିଜେଡି ସରକାର ସମୟରେ ନିୟୋଜିତ ହୋଇଥିବା ୪ ସୁରକ୍ଷା କର୍ମୀ ଏବଂ ୨ ହୋମଗାର୍ଡଙ୍କୁ ପ୍ରତ୍ୟାହର କରିନିଆଯାଇଛି । ଯାହାକୁ ନେଇ ବିଜେଡି ରାଗିପାଚି ଲାଲ୍‌ ହୋଇଥିବା ବେଳେ ଜବାବ ରଖିଛି ବିଜେପି ।

ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ ସୁରକ୍ଷା ପ୍ରାୟ ୨୦୦ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ଖାଲି ନବୀନ କାହିଁକି ବରଂ ପାଣ୍ଡିଆନଙ୍କ ସୁରକ୍ଷା ବି କିଛି କମ ନଥିଲା । କେବଳ ସୁରକ୍ଷାରେ ବିଜେଡି କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ କରୁଥିଲା । ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଯିବା ସହିତ ସାଧାରଣରେ ପ୍ରଶ୍ନ ବି ଉଙ୍କି ମାରୁଥିଲା । କିନ୍ତୁ ଏବେ ବିଜେପି ସରକାର ଆସିବା ପରେ ବିରୋଧୀ ଦଳକୁ ଯେତିକି ସୁରକ୍ଷା ମିଳିବାର କଥା ସେତିକି ଦିଆଗଲା । 

ସୂଚନା ଅନୁସାରେ, ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ଏବେଠୁ ମିଳିବ କେବଳ ୨ ଜଣ ପିଏସ୍ଓ । ପାଇଲଟ୍ ଗାଡ଼ି ବି ଆଉ ରହିବ ନାହିଁ । ସେହିପରି କୌଣସି ପଦପଦବିରେ ନଥିଲେ ମଧ୍ୟ ନିର୍ବାଚନ ପରେ ବି ପାଣ୍ଡିଆନଙ୍କୁ ୨ଜଣ ପିଏସଓ ଜଗୁଥିଲେ । ହେଲେ ତାଙ୍କଠାରୁ ବି ପିଏସଓ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ବିଜେଡି ସରକାର ସମୟରେ ପାୱାରଫୁଲ ଆଇପିଏସ ଡିଏସ୍ କୁଟ୍ଟେ, ଯାହାଙ୍କୁ ଏବେ ସରକାର ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରିଛନ୍ତି, ତାଙ୍କ ୟୁନିଟ-1 ସ୍ଥିତ କ୍ୱାର୍ଟରକୁ ୪ ସୁରକ୍ଷା କର୍ମୀଙ୍କ ସହ ୨ ହୋମଗାର୍ଡ ଜଗୁଥିଲେ । ସମସ୍ତଙ୍କୁ ସରକାର ପ୍ରତ୍ୟାହାର କରିନେଇଥିବା କୁହାଯାଉଛି । 

ତେଣେ ନବୀନଙ୍କ ସୁରକ୍ଷା କମିବା ପରେ ଚିହିଁକି ଉଠିଛି ବିଜେଡି । ଅମର ପଟ୍ଟନାୟକଙ୍କ ପରେ ଦଳର ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସରକାରଙ୍କ ଆଚରଣ ଆଚମ୍ବିତ କରିଛି । ନବୀନଙ୍କ ସୁରକ୍ଷାରେ ତ୍ରୁଟି ହେଲେ ତା’ର ଉତ୍ତର ଦାୟିତ୍ୱ ସରକାର ନେବେ । ଯାହାକୁ କାଉଣ୍ଟର କରି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସରକାରୀ ନିୟମ ଅନୁଯାୟୀ କାମ ହେଉଛି। ମୁଁ ବିରୋଧୀ ଦଳରେ ଥିବା ବେଳେ PSO ନେଉ ନଥିଲି । ଶାସନ କାଳରେ କରିଥିବା ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ପାଇଁ ସେମାନଙ୍କୁ ଭୟ ଘାରି ଥିବାରୁ ଅଧିକ ସୁରକ୍ଷା ମାଗୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।

ପ୍ରୋଟକଲ୍‌ ଅନୁସାରେ, ମୁଖ୍ୟମନ୍ତ୍ରୀମାନଙ୍କୁ Z+ କାଟାଗୋରୀ ସୁରକ୍ଷା ମିଳେ । ଯେଉଁଥିରେ ୧୦ ଜଣ କମାଣ୍ଡୋଙ୍କ ସହ ୫୫ ଜଣ ସୁରକ୍ଷା କର୍ମୀ ରୁହନ୍ତି । ଏମାନେ ତିନି ସିଫ୍ଟରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଥାନ୍ତି । ମାତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସର୍ବାଧିକ ୨୬୮ ଜଣ ସୁରକ୍ଷା କର୍ମୀ ନିୟୋଜିତ ହେଉଥିଲେ । ସେହିପରି ବିଜେଡି ସରକାର ସମୟରେ ଚାକିରିରୁ ଅବସର ପରେ ପାଣ୍ଡିଆନଙ୍କୁ ଦିଆଯାଉଥିଲା ସୁରକ୍ଷା କର୍ମୀ । 5T ଅଧ୍ୟକ୍ଷ ଭାବେ ପାଣ୍ଡିଆନ ଯେତେବେଳେ ବେଶ୍ ପାୱାରଫୁଲ୍ ଥିଲେ, ତାଙ୍କୁ ଘେରି ରହୁଥିଲା କଡ଼ା ସୁରକ୍ଷା ବଳୟ । ଯାହାକୁ ନେଇ ସେତେବେଳର ବିରୋଧୀ ବିଜେପି ପ୍ରଶ୍ନ ଉଠାଇଥିଲା । କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରିନଥିଲେ ବିଜେଡି ସରକାର । ଏପଟେ, ସୁରକ୍ଷାକର୍ମୀ ହ୍ରାସ ପ୍ରସଙ୍ଗରେ ପୋଲିସ ଡିଜି କହିଛନ୍ତି, ଏହା ଏକ ନିୟମିତ ପ୍ରକ୍ରିୟା । ରାଜ୍ୟସ୍ତରୀୟ ସୁରକ୍ଷା କମିଟି ଏହାକୁ ସମୀକ୍ଷା କରେ । ଗ୍ରାଉଣ୍ଡରେ ଆବଶ୍ୟକତା, ଗୁଇନ୍ଦା ସୂଚନାକୁ ଆଧାର କରି କାହାକୁ କିଭଳି ସୁରକ୍ଷା ଯୋଗାଇଦିଆଯିବ, ସେ ବାବଦରେ ନିଷ୍ପତି ନିଆଯାଏ ।
 

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର