IAS ସ୍ତରରେ ବଡ ଧରଣର ଅଦବଦଳ, ଏକା ଥରେ ବଦଳିଲେ 15 ଜିଲ୍ଲାପାଳ
by Argus News
Mon, Jan 22 | 6:26 p.m.

ଅର୍ଗସ ବ୍ୟୁରୋ: IAS ସ୍ତରରେ ବଡ ଧରଣର ଅଦବଦଳ କଲେ ରାଜ୍ୟ ସରକାର । ଏକାଥରେ ବଦଳିଲେ 15 ଜିଲ୍ଲାପାଳ । ତେମ୍‌ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି । ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି । ସେହିପରି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ।  ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ ।

ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ । ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ