ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଏଣିକି ନିର୍ଯାତନା ମାମଲା ଆସିବା ମାତ୍ରେ ଆକ୍ସନ
by Argus News
Wed, Sep 25 | 7:06 p.m.

ଅର୍ଗସ ବ୍ୟୁରୋ: କଲେଜ୍‌ରେ କେମିତି ସୁରକ୍ଷିତ ରହିବେ ଛାତ୍ରୀ ? କେମିତି ଭଲରେ ପାଠପଢା ହେବ ବିନା କୌଣସି ବାଧାରେ ସେନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଖାସ କରି କଲେଜ୍‌ରେ ଆଭ୍ୟନ୍ତରୀଣ ଅଭିଯୋଗର ଶୁଣାଣି କରିବାକୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି କମିଟିରେ କେବଳ ଅଧ୍ୟାପକ, ଅଧ୍ୟାପିକା ନୁହେଁ ଛାତ୍ରଛାତ୍ରୀ, ଅନ୍ୟ କର୍ମଚାରୀ ମଧ୍ୟ ଆଭ୍ୟନ୍ତରୀଣ  କମିଟି ପାଖରେ ସବୁ କହିପାରିବେ । ଆସନ୍ତା ୩୦ ତାରିଖ ସୁଦ୍ଧା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷିତ, ସକରାତ୍ମକ ପରିବେଶ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଏଥିପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟମ୍ବର ୩୦ ସୁଦ୍ଧା ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଏହି କମିଟି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ବିଶ୍ବ ବିଦ୍ୟାଳୟ ଓ କଲେଜକୁ ଚିଠି ଲେଖାଯାଇଛି । କମିଟିରେ ଭବିଷ୍ୟତ ପାଇଁ ରେକର୍ଡ ହୋଇ ରହିବ । କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣରେ ମହିଳାଙ୍କ ଉପରେ ହୋଇପାରିବ ନାହିଁ ନିର୍ଯାତନା । ଏ ନେଇ କମିଟି କରିବ ତଦାରଖ । 

ଅନେକ ସମୟରେ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଅଭିଯୋଗ ଆସୁଛି । ସଜସଜ ବାଣୀବିହାରରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ଯାହା ପୁରା ରାଜ୍ୟରେ ଚହଳ ପକାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ୩୦ ତାରିଖ ସୁଦ୍ଧା କମିଟି ଗଠନ ହେବ ବୋଲି ନିର୍ଦ୍ଦେଶ ଜାରି କଲେ । କମିଟି ଗଠନ ହେବା ପରେ ନିର୍ଯାତନା ତ ଲୁଚିବ ନାହିଁ ବରଂ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

ସେପଟେ, ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ମହିଳାମାନଙ୍କୁ ସକରାତ୍ମକ ଓ ସମ୍ମାନାସ୍ପଦ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଛାତ୍ରୀ । ସେପଟେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଠିକ ଭାବେ କାର୍ଯ୍ୟ କରୁଛି । ପ୍ରତିମାସରେ ତିନି ଥର ମିଟିଂ ହେବା ସହ କମିଟି ପକ୍ଷରୁ ରିଭ୍ୟୁ କରାଯାଉଛି ବୋଲି ଅଧକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ କହିଛନ୍ତି । ମୋଟ୍‌ ଉପରେ ଉଚ୍ଚ ଶିକ୍ଷା ବିଭାଗର ଚିଠି ଅନୁଯାୟୀ, ସେପ୍ଟମ୍ବର ୩୦ ସୁଦ୍ଧା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ  ଜଣାଇବାକୁ ନିର୍ଦ୍ଦେଶ ରହିଛି ।    

 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା