ଭୁଲ ଲୁଚାଇବାକୁ କେନ୍ଦ୍ର ଉପରେ ଦୋଷ ଲଦିଲେ ରାଜ୍ୟ ସରକାର ?
by Argus News
Wed, Apr 17 | 4:30 p.m.

ଅର୍ଗସ ବ୍ୟୁରୋ : ଭୁଲ ତଥ୍ୟ ଦେଇ ଯୁକ୍ତି ବାଢିବାରେ ବିଜେଡି ନମ୍ବର ୱାନ । ନିଜ ଭୁଲ ଲୁଚାଇବାକୁ ଯୁକ୍ତି କରିବାରେ ଶଙ୍ଖ ଦଳର ନେତା ବ୍ୟସ୍ତ । କାରଣ ୫୫ ନଂ ଜାତୀୟ ରାଜପଥ ପ୍ରସଙ୍ଗରେ ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ । ରାଜ୍ୟରେ ରାସ୍ତା କାମ ହେବା ନେଇ କେନ୍ଦ୍ର ଟଙ୍କା ଦେବାରେ ବ୍ୟସ୍ତ । ହେଲେ ରାଜ୍ୟ ସରକାର ଜାଣିଶୁଣି ଅଣ୍ଡରପାସ ନିର୍ମାଣ ଲାଗି ଅନୁମତି ଦେବାରେ ଡେରି କରିବା ସହ ଜଙ୍ଗଲ ଜମି ଅଧିଗ୍ରହଣରେ ବି ସମୟ ଲାଗିଲା । ତେଣୁ ନିର୍ଦ୍ଧାରିତ ସମୟରେ ସରିପାରିଲାନି ରାସ୍ତା । ଖାଲି ରାସ୍ତା ସରିପାରିଲାନି ତାହା ନୁହେଁ ବରଂ ଚାରିଚାରୋଟି ଜିଲ୍ଲାର ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କଲେ । 

ଭୁଲ କଲେ ରାଜ୍ୟ ସରକାର କିନ୍ତୁ ଦୋଷ ଲଦିଦେଲେ କେନ୍ଦ୍ର ଉପରେ । ଖାଲି ଦୋଷ ଲଦିଲେ ତାହା ନୁହେଁ ବରଂ କେମିତି ଭୋଟ ପୂର୍ବରୁ କେନ୍ଦ୍ର ବିରୋଧରେ ଭୁଲ ବାର୍ତ୍ତା ଯିବ ସେନେଇ ହୀନ ଚକ୍ରାନ୍ତ ବି କଲେ । ଗତ ସପ୍ତାହରେ ସମ୍ବଲପୁରର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟ୍ଵିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ଏ ରାସ୍ତା କେବେ ସରିବ ? ହେଲେ ବବି ବାବୁ ବୋଧହୁଏ ଭୁଲି ଯାଇଥିଲେ ରି ତାଙ୍କରି ସରକାର ଲାଗି ଆଜି ରାସ୍ତାର ଏମିତି ଦୁରବସ୍ଥା ହୋଇଛି । କିନ୍ତୁ ସତ କଣ ସେନେଇ ଲୋକଙ୍କ ପାଖରେ କିଛି ଏମିତି ଢଙ୍ଗରେ ଉତ୍ତର ରଖିଥିଲେ ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ବୟାନ ଧରାଇ ଦେଇଛି ବିଜେଡି ସରକାରଙ୍କ ମିଛ । କାହା ଯୋଗୁଁ ଶେଷ ହୋଇପାରୁନି କଟକ - ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ? କେନ୍ଦ୍ର ଅବହେଳା କରୁଛି ନା ରାଜ୍ୟ ସରକାର କରୁନାହାନ୍ତି ସହଯୋଗ ? ଜାତୀୟ ରାଜପଥ ନିର୍ମାଣ ପାଇଁ ମୋଦି ସରକାର ସମୟରେ ଓଡିଶାକୁ ଆସିଛି ସର୍ବାଧିକ 28 ହଜାର କୋଟିର ଅନୁଦାନ । କିନ୍ତୁ କାହିଁକି ସରୁନି କାମ ? 

ସତ କଥା ହେଲା,  ୫୫ ନଂ ଜାତୀୟ ରାଜପଥ କାମ ଏବେ ଯଦି ଦ୍ରୁତ ଗତିରେ ତ୍ଵରାନ୍ଵିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ । ୨୭ ଜୁଲାଇ ୨୦୨୩, ୨୮ ସେପ୍ଟେମ୍ବର ୨୦୨୨, ୨୬ ଏପ୍ରିଲ ୨୦୨୨, ୮ ଅକ୍ଟୋବର ୨୦୨୧ରେ ମୋଟ 4 ଥର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପ ତ୍ବାରାନ୍ବିତ କରିବାକୁ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅନେକ ଥର ଏନଏଚଏଆଇ କର୍ତୃପକ୍ଷଙ୍କ ସହ ଏନଏଚ ୫୫ ଉପରେ ସମୀକ୍ଷା କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ବଦଳରେ ଏଥିରେ ବାଧା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଏବେ ନିର୍ବାଚନ ବେଳେ ବିଜୁ ଜନତା ଦଳ କରୁଛି ମିଛ ପ୍ରଚାର। 

ନିର୍ବାଚନ ପାଖେଇ ଆସିଲାଣି, ବିଜେଡି ବିରୋଧରେ ଅସନ୍ତୋଷ ବଢିଲାଣି । ହେଲେ ଏ ଅସନ୍ତୋଷକୁ ଚାପିବାକୁ କେନ୍ଦ୍ର ନାଁରେ ଦୋଷ ଦେଇ ଖସିବାକୁ ଚେଷ୍ଟା କରୁଥିଲେ ରାଜ୍ୟ ସରକାର । କିନ୍ତୁ ସବୁ ସତର ଗୁମର ଖୋଲିଦେଲେ ଧର୍ମେନ୍ଦ୍ର ।
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍