ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
by Argus News
Thu, May 16 | 12:44 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ବ୍ରଜରଜନଗର, ବଣାଇ, ଅତାବିରା, ଜଟଣୀରେ ଜନସଭାକୁ ସମ୍ବାଧିତ କରିବେ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବେ । 
ସେହିପରି ୧୭ରେ କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି , ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ବିଜେପି ପାଇଁ ହେମନ୍ତ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଷ୍ଣୁ ଦେବ ସାଏ  ସୁନ୍ଦରଗଡ, ରାଜଙ୍ଗାଗପୁର, ବୀରମିତ୍ରପୁରରେ ପ୍ରଚାର କରିବେ। 

୧୭ରେ ବିଜେପି ସାଂସଦ ତଥା ବଲିଉଡର ଡ୍ରିମଗାର୍ଲ ହେମା ମାଲିନୀ ମଧ୍ୟ ଭୁବନେଶ୍ୱର ଉତ୍ତର, କଟକ କିଶନ ନଗରରେ ସଭା କରିବା ସହ ପିପିଲିରେ ରୋଡ଼ ଶୋ' କରିବେ । 20ରେ ଆସିବେ ପ୍ରଧାନମନ୍ତ୍ରୀ । ପୁରୀରେ ରୋଡ଼ ସୋ' ସାଙ୍ଗକୁ 3ଟି ସ୍ଥାନରେ କରିବେ ବିଶାଳ ଜନସଭା। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

ଚାଷୀ
ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ଗୁଜରାଟ ମଣ୍ଡି ପରି ରାଜ୍ୟରେ ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି।,ବଢିବ ଚାଷୀଙ୍
ବିଜେଡି-ବିଜେପି
ଥମୁନି ବିଜେଡି-ବିଜେପି କଳି,କେବଳ କ୍ଷମତା ପାଇଁ ବିଜେଡିରେ ନବୀନଙ୍କୁ ମାନୁଥିଲେ ନେତା:ଜୟ ନାରାୟଣ
ଅର୍ଗସ ବ୍ୟୁରୋ: ବିଜେଡି-ବିଜେପି କଳି ଥମିବାର ନାଁ ଧରୁନି। ପ୍ରମିଳାଙ୍କ ପରେ ମୁନ୍ନା କହିଲେ ଲିଙ୍କରେ ଅଛନ୍ତି ୧୪ ବିଜେପି ନେତା। ଜୟ ନାରାୟଣଙ୍କ ପ୍ରତିକ୍ରିୟା କହିଲେ ୨୯ ବେଳକୁ ବିଜେଡ
ଦୀପାବଳି
ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ:ଏଥର ବି ଯବାନଙ୍କ ସହ ଦୀପାବଳି। ଗୁଜରାଟର କଚ୍ଛରେ ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର ପ୍ରତି ସମର୍ପିତ ଯବାନଙ୍କୁ କଲେ ସଲାମ