ଜୀବନରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲେ...ହେଲେ
by Argus News
Sun, Apr 07 | 5:26 p.m.

ଭୁବନେଶ୍ୱର:  ବୟସ 80 ବର୍ଷ । ଜୀବନ ସରିଆସୁଥିବାବେଳେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଲେ ନାରାୟଣ ସିଂହ । ଘରେ ବନ୍ଧୁ ବାନ୍ଧବ ଜମା ହେଲେ । ଶୁଭେଚ୍ଛା ଦେଲେ । ଭଲ ଖାଇବା ପିଇବା ନାଚ ଗୀତ ବି ହେଲା । ବୟସର ଅପରାହ୍ନରେ ମନଖୋଲି ନାଚିଲେ ବୃଦ୍ଧା । ଏ ବୟସରେ ତାଙ୍କୁ କିଛି ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ପରିବାର ଲୋକେ ତାଙ୍କ ପାଇଁ ଧୁମଧାମ୍ ରେ ଆୟୋଜନ କରିଥିଲେ ।  ଖୁବ ଖୁସି ହୋଇଯାଇଥିଲେ ବୃଦ୍ଧା । ଆଉ ଖାଇ ପିଇ ଶାନ୍ତିରେ ଶୋଇପଡିଥିଲେ । ହେଲେ ସକାଳୁ ତାଙ୍କୁ ଯେତେ ଡାକିଲେ ସେ ଆଉ ଉଠିଲେନି । କାହିଁକି ନା ସେ ଚିର ନିଦ୍ରାରେ ଶୋଇପଡିଥିଲେ । 

ହଁ, ଦୁନିଆରେ ଏମିତି ଘଟଣା ବି ଘଟେ । ଯେଉଁ ଜୀବନ ପାଇଁ ଆମେ ଏତେ ସଂଘର୍ଷ କରୁଛେ । ଦିନ ରାତି ଭଲ ଜୀବନଟିଏ ବଞ୍ଚିବା ପାଇଁ ସ୍ୱପ୍ନ ଦେଖୁଛେ । କେତେ ରାଗ, କେତେ ରୁଷା...କେତେ ଲୋଭ, ଅହଂକାର । ହେଲେ ଆମେ ଏ ସବୁ ଭିତରେ ଭୁଲିଯାଏ ସେ ଜୀବନ କ୍ଷଣିକ ମାତ୍ର । ଜୀବନ ପାଣି ଫୋଟକା ଭଳି । କେଉଁ ମୁହୂର୍ତ୍ତରେ ବି ଆମ ସାଥ୍ ଛାଡିଦେବ । 
ଏ ଘଟଣା ହେଉଛି ମଧ୍ୟପ୍ରଦେଶର । 80 ବର୍ଷୀୟ ବୃଦ୍ଧା ହେଲେ ଖରଗୋନ୍ ର ପାହାଡସିଂପୁରା ଅଞ୍ଚଳର । ଭଦ୍ର ବ୍ୟକ୍ତି ଜଣକ ଜୀବନରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲେ । ରାତି 12 ଟାଏ ତାଙ୍କର ଜନ୍ମଦିନ ଉତ୍ସବ ଚାଲିଥିଲା । ଘରେ ଲୋକଙ୍କ ଗହଳି ଲାଗିଥିଲା । ବାଜା ବାଜିଲା, ଗୀତ ବାଜିଲା । କେକ୍ କଟାହେଲା । ସମସ୍ତେ ଖାଇ ପିଇ ଶୋଇବାକୁ ଗଲେ । ହେଲେ ରାତି 3ଟାରେ ଅଚାନକ ବୃଦ୍ଧଙ୍କୁ ହୃଦଘାତ ଆସିଥିଲା । ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପହଞ୍ଚିବା ପରେ ସମସ୍ତେ ଏକତ୍ରିତ ହୋଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । 

ବୟସ 80 ବର୍ଷ ସତ୍ତ୍ୱେ ବି ସେ ସୁସ୍ଥ ଥିଲେ । ପ୍ରତିଦିନ ସକାଳ 6ରେ ଯୋଗ କରୁଥିଲେ । ହେଲେ ମୃତ୍ୟୁ ଏମିତି ଆସିବ କେହି ଭାବିନଥିଲେ । 

ଆହୁରି ପଢନ୍ତୁ ଭାରତ ଖବର...
 

ILLEGAL MINING
45m ago
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ
SECOND
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ