ବିଜେଡି ଛାଡିବା ପରେ ପଦ୍ମ ପୋଖରୀକୁ ଯିବେ କି ଅନୁଭବ ?
by Argus News
Sun, Mar 31 | 9:37 p.m.

ଅର୍ଗସ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା, ବିଜେଡି ଛାଡିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । କାରଣ ଜଣକ ପରେ ଜଣେ ନେତା ଏବେ ବିଜେଡି ଛାଡିବାରେ ବ୍ୟସ୍ତ ଅଛନ୍ତି । କାରଣ ଗୋଟିଏ ସପ୍ତାହରେ କଟକର ଷ୍ଟାଣ୍ଡିଂ ଏମପି ଭର୍ତ୍ତୃହରି ମହାତାବ ଦଳ ଛାଡିଥିଲେ । ପରେ ପରେ ଦଳ ଛାଡିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ । ହେଲେ କାହିଁକି ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ପ୍ରଥମେ କଟକ ସାଂସଦ ବିଜେଡି ଛାଡିଥିବା ବେଳେ ଏବେ କେନ୍ଦ୍ରାପଡ଼ା ସାଂସଦ ଦଳ ଛାଡିଛନ୍ତି । କୁହାଯାଉଥିଲା କି ପରିବାର ମାମଲାରେ ଛନ୍ଦି ହେବା ପରେ ଅନୁଭବଙ୍କ ସହ ଗୋଟିଏ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା ବିଜୁ ଜନତା ଦଳ । ଆଉ ଏହାରି ଭିତରେ ନିର୍ବାଚନ ଆସିଲାଣି, ପ୍ରାର୍ଥୀ ବି ବଛା ହେଲେଣି । ହେଲେ ଏତିକି ବେଳେ ଅନୁଭବ ଦଳ ଛାଡିବା ପରେ ଚର୍ଚ୍ଚା ଜୋର ଧରିଛି ।

 

ମୋଟ୍ ଉପରେ ନିର୍ବାଚନକୁ ନେଇ ଟେନସନରେ ବିଜେଡି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ପ୍ରଥମେ ଅରିନ୍ଦମ ରଏ, ପରେ ପରେ ଭର୍ତ୍ତୃହରି ମହତାବ ଆଉ ଏବେ ଅନୁଭବ ବି  ଛାଡିଲେ । ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିଥିବା ଅନୁଭବ ଗତ କିଛି ବର୍ଷ ଧରି ରାଜନୀତିରେ ସେତେଟା ସକ୍ରିୟ ରହୁନଥିବା ଦେଖିବାକୁ ମିଳିଛି । ବିଶେଷକରି ପାରିବାରିକ କଳହ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ନାହିଁ । ଏମିତିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାର ନଜିର ଆସିନାହିଁ । ତେବେ ଅନୁଭବ ମହାନ୍ତି ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲା...ହେଲେ ସେ ଚର୍ଚ୍ଚାର ଅବସାନ ହେଲା, ବିଜେଡି ଛାଡିଲେ ଅନୁଭବ ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ