ଆରମ୍ଭ ହେଲା ଅଲିମ୍ପିକ୍ସ ମହାକୁମ୍ଭ : ସିନ୍‌ ଦେଖାଇଲା ସେନ୍‌ ନଦୀ
by Argus News
Sat, Jul 27 | 10:08 a.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ବିଶ୍ଵ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍‌‌ ଅଲିମ୍ପିକ୍ସ-୨୦୨୪ । ଖେଳ ଦୁନିଆର ସବୁଠାରୁ ବଡ଼ ମହୋତ୍ସବ `ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ' ୩୩ ତମ ସଂସ୍କରଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି । ୧୨୮ ବର୍ଷର ଅଲମ୍ପିକ୍ସି ଇତିହାସରେ ପ୍ରଥମ ଥର ପାଇଁ ଏହି କ୍ରୀଡ଼ାମହାକୁମ୍ଭର ଆୟୋଜନ ଷ୍ଟାଡିୟମରେ ନହୋଇ ପ୍ୟାରିସ ଛାତି ଉପରେ ପ୍ରବାହିତ ସେନ୍‌ ନଦୀରେ ଅନୁଷ୍ଠିତ ହୋଇଛି ।

ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ, ଟେବୁଲ୍ ଟେନିସ୍ ଖେଳାଳି ଶରତ କମଳ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି । ପ୍ରାୟ ୧୦୦ଟି ବୋଟ୍‌‌ରେ ୧୦ ହଜାର ୫୦୦ କ୍ରୀଡ଼ାବିତ୍‌‌ ପରେଡ୍‌‌ରେ ଅଂଶଗ୍ରହଣ କରିଥିଲେ । ପରେଡ୍‌‌ ଅଷ୍ଟ୍ରେରଲିଜ୍‌‌ ସେତୁରୁ ଆରମ୍ଭ ହୋଇ ଆଇଫେଲ୍‌‌ ଟାୱାର ପର୍ଯ୍ୟନ୍ତ ଯାଇଥିଲା । ପରେ ସେଠାରେ ଅଲିମ୍ପିକ୍ସ ମଶାଲ୍‌‌ ପ୍ରଜ୍ଵଳିତ କରାଯାଇ ସମାରୋହ ଆରମ୍ଭ ହୋଇଥିଲା ।

ଏହା ସହ ବିଭିନ୍ନ ଦେଶରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶ ଭୂଷାରେ ପରେଡ୍‌‌ରେ ଭାଗଥିଲେ । ତିନି ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଳବ, ଐତିହ୍ୟ, ପରମ୍ପରା, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟର ମଧ୍ୟ ଏକାଧିକ ଝଲକ ଦେଖିବାକୁ ମିଳିଥିଲା ।
 

OSSSC
10m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
10m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
12m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ