ନବରାତ୍ରୀରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
by Argus News
Sat, Oct 05 | 6:15 p.m.

ଅର୍ଗସ ବ୍ୟୁରୋ : ପାର୍ବଣ ବେଳେ ମାତିଲେ ଚୋର । ନବରାତ୍ରିରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କଲା ଚୋର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଗୋଟିଏ ରାତିରେ ୨ ମନ୍ଦିରରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି | ବଡ଼କଥା ମାଙ୍କ ଆଖି ତାଡ଼ି ନେଇଥିବା ଜଣାପଡିଛି । ବନମାଳୀପୁର ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଚୋରି ବେଳେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି ।

ଅଧିକ ପଢନ୍ତୁ : ମହିଳାଙ୍କ ବେକ କାଟି ସୁନା ଲୁଟି ନେଲେ ଦୁର୍ବୃତ୍ତ

ପୋଲିସ ଚଢ଼ାଉ କରି ଅନ୍ୟଜଣେ ଚୋରକୁ ଧରି ଥାନାରେ ଅଟକ ରଖିଛି । ନବରାତ୍ର ପୂଜା ଚାଲିଥିବା ବେଳେ ମା ଦୁଲ୍ଲାଦେବୀ ଏବଂ ମା ପାର୍ବତୀଙ୍କ ଆଖି ତାଡ଼ିଵା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ମା ଦୁଲ୍ଲାଦେବୀଙ୍କ ସୁନା ଓ ରୁପା ହାର, କିରିଟି, ସୁନା ଆଖି ତାଡ଼ି ନେଇଛନ୍ତି ।
 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ