ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଭୟଙ୍କର ଦୁର୍ଘଟଣା 
by Argus News
Fri, Jan 05 | 12:01 p.m.

 ସୁବର୍ଣ୍ଣପୁର: ଗୋଟିଏ ପଟେ ଚାଲିଛି ସଡକ ସୁରକ୍ଷା ସପ୍ତାହ । ଅନ୍ୟପଟେ ରାସ୍ତା ଉପରେ ଯାଉଛି ମୁଲ୍ୟବାନ ଜୀବନ । ଅଭିଜ୍ଞ ଟ୍ରାଫିକ ପୋଲିସଙ୍କ ଅଭାବ ଅବା  ସଚେତନାତାର ଅଭାଯୋଗୁ  ଘଟୁଛି ଭୟଙ୍କର  ଦୁର୍ଘଟଣା ଆଉ ଛିନ ଭିନ ହୋଇଯାଉଛି ପରିବାର । ଗତକାଲି ସୁବର୍ଣ୍ଣପୁର ବ୍ଲକ ଛକରେ ହାଇୱା ଚାପାରେ ବାପ ପୁଅଙ୍କ ମୃତ୍ୟୁ  ଘଟିଥିଲା ।  ଏକା ସାଙ୍ଗେ ଚାପି ଦେଇଥିଲା ଭାରି ଜାନ। କ୍ଷଣିକ ଭିତରେ ଚାଲିଯାଇଛି ବାପ ପୁଅଙ୍କ ଜୀବନ  । ନିଶ୍ୱ ହେଲା ପରିବାର।  ପୁଅକୁ ଟିଉସନରୁ ନେଇ ସ୍କୁଟିରେ ଘରକୁ ଫେରୁଥୀବାବେଳେ ଟ୍ରାଫିକ ଛକରେ  ଏପରି ଘଟିଥିଲା ଅଘଟଣ। ବାପା ରାଜକୁମାର ମହାକୁର ଓ ୧୬ ବର୍ଷର ପୁଅଙ୍କ ଜୀବନ ଅକାରଣରେ ଚାଲିଗଲା । ଏ ଘଟଣା ପରେ   ତାତିଥିଲେ ଜନସାଧାରଣ।   ଟ୍ରାଫିକର ଘୋର ସମସ୍ୟାର  ସମାଧାନ ପାଇଁ ଦାବି  ଲୋଙ୍କ ଦାବି ତିବ୍ର ହେଉଛି।

 ଘଟଣା ସ୍ଥଳରେ ଚାପା ଉତେଜନା ସହ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ଉତେଜିତ ଲୋକ । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ହେଁ ଟ୍ରାଫିକ ଅବ୍ୟବସ୍ଥା ଓ ପରିଚାଳନା ଗତ ତୃଟିକୁ ସୁଧାର କରିବାରେ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସୁବର୍ଣ୍ଣପୁର ସହରରେ ଛୋଟ ବଡ କରି ରହିଛି ମାତ୍ର ୬ଟି ଛକ । ସହର ଦେଇ ଯାଇଛି ୫୭ ନଂ ଜାତୀୟ ରାଜପଥ । ଦିନକୁ ଦିନ ଗାଡି ମଟର ସଂଖ୍ୟା ବଢୁଥିବାବେଳେ ସୁଧୁରୁନି ଟ୍ରାଫିକ ସମସ୍ୟା । କେବଳ ଜନ ଗହଳି ପୁର୍ଣ୍ଣ ବ୍ଲକ ଛକରେ ରହିଛି ଟ୍ରାଫିକ ସିଗନାଲ । ହେଲେ ଟ୍ରାଫିକ ପରିଚାଳନ ତୃଟି ଯୋଗୁଁ ଏଠାରେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ ପାଇଁ ପ୍ରୟାସ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ସାରା ଜିଲ୍ଲାରେ ୨୦୨୩ ମସିହାରେ ୮୪ ଟି ଦୁର୍ଘଟଣା ଘଟିଥିବାବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଉଭୟ ପରିବହନ ବିଭାଗ ଓ ପୋଲିସ ବିଭାଗକୁ ଦାୟି କରିଛନ୍ତି ବୁଦ୍ଧିଜିବୀ । ଅପରପକ୍ଷରେ ଟ୍ରାଫିକ ସମସ୍ୟାର ସମାଧାନ ସହ ବ୍ୟବସ୍ଥାର ସୁଧାର ଓ ଦୁର୍ଘଟଣା ଘଟାଇଥୀବା ଗାଡି ଚାଳକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ଓ ଜିଲ୍ଲାପାଳ ।  ଗୋଟିଏ ପଟେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସଡକ ସୁରକ୍ଷା ସପ୍ତାହ ପାଳିତ କରାଯାଉଛି । ଏପଟେ ପରିଚାଳନା ଗତ ତୃଟି ପାଇଁ ଯାଉଛି ମୁଲ୍ୟବାନ ଜୀବନ । ଏଥି ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । 

ଅଧିକ ଦେଖନ୍ତୁ : 
 

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ