କାଳବୈଶାଖୀରେ ଡାଳ ପଡି ଜଣଙ୍କ ମୃତ୍ୟୁ, ଜଣେ ଆହତ
by Argus News
Sun, Apr 21 | 7:29 p.m.

ଗଜପତି : କାଳବୈଶାଖୀ ହେଲା କାଳ ,ଗଛ ଡ଼ାଳ ପଡ଼ି ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଓ ରାମଗିରି ଛକ ଠାରେ । ସୂଚନା ପ୍ରକାରେ ପଦ୍ମପୂର୍ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଇକ କୌଣସି କାମରେ ନିଜ ଗ୍ରାମରୁ ବାଇକ୍ ଯୋଗେ ଛେଳିଗଡ ଅଭିମୁଖେ ଆସୁଥିଲେ । ସେହି ସମୟରେ କାଳବୈଶାଖୀର ପ୍ରଭାବରେ ପବନ ହେବାରୁ ରାସ୍ତାକଡ଼ରେ ଥିବା ଗଛ ଡାଳ ଭାଙ୍ଗି ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ପଡ଼ି ଯାଇଥିଲା  ।

ଅଧିକ ପଢନ୍ତୁ : 41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଛେଳି ଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।ଆହତ ଜଣକ ହେଲେ ବିଜୟ କୁମାର ବିଷୋୟୀ । ଘଟଣା ସ୍ଥଳରେ ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ