ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦେଉଛନ୍ତି ବିଶାଲ !
by Argus News
Mon, Nov 06 | 1:02 p.m.

ଝାରସୁଗୁଡା:  ପୁଣି ବିବାଦରେ ସ୍ୱର୍ଗତ ନବ ଦାସଙ୍କ ପରିବାର । ଭୁବନେଶ୍ବରରେ ରେଞ୍ଜରୋଭର୍ ଗାଡ଼ି ଦୁର୍ଘଟଣାରେ ବିବାଦକୁ ଆସିଥିଲେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ । ଆଉ ଏବେ ତାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀର ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଇଥିବାର ଅଭିଯୋଗ ଆସିଛି । ସବୁଠୁ ବଡ଼କଥା ହେଉଛି ବିଶାଲଙ୍କ ଭଉଣୀ ତଥା ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଡ୍ରାଇଭର ସଂଘର ଉପଦେଷ୍ଟା କରାଯାଇଥିଲା ।

`ଧନୀ ଲୋକ, କିନ୍ତୁ ମନ ଛୋଟ' 

ତାପସ ପାଣିଗ୍ରାହୀଙ୍କ ମାଲିକାନାରେ ଥିବା କଲ୍ୟାଣୀ ଟ୍ରାନ୍ସପୋର୍ଟ କମ୍ପାନୀ ଝାରସୁଗୁଡ଼ା ବିଧାୟିକ ଓ ତାଙ୍କ ଭାଇଙ୍କ ପୃଷ୍ଠପୋଷକତାରେ ଚାଲିଥାଏ ବୋଲି ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ କମ୍ପାନୀର ଏକ ଡ୍ରାଇଭର ଆଉ ଦୁଇ ଟ୍ରିପ ପାଉଁଶ ବୋହିବାକୁ ମନା କରିଦେବା ପରେ ତାଙ୍କୁ କମ୍ପାନୀର ମାଲିକ ଲୋକ ଲଗାଇ ମାଡ଼ ମାରିଥିବା ସେ ନିଜେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ତାଙ୍କନ ନାଁରେ ମିଛ ମାମଲା କରି ତାଙ୍କୁ ଫସାଯାଉଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି ।

 

ପେଟ୍ରୋଲ ଢାଳି
15m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ