KYC ଟେନସନ୍‌ : ରାତି ଅଧରୁ ମଣିଷ ବଦଳରେ ଲାଇନ୍‌ ଲଗାଉଛି ଇଟା
by Argus News
Sat, Nov 02 | 8:08 p.m.

ଅର୍ଗସ ବ୍ୟୁରୋ :  ଧାଡ଼ି ଧାଡ଼ି ଇଟା ରଖାଯାଇଛି, ସେଥିରେ ପୁଣି ସିରିୟଲ ନମ୍ବର ଲେଖାଯାଇଛି । ୧ ଠାରୁ ୨୧...ପୁଣି ୩୦ରୁ ୪୦ । କିନ୍ତୁ ଇଟା କାହିଁକି ରଖାଯାଇଛି ? କିଏ ରଖିଛନ୍ତି ? କିଛି ଏମିତି ପ୍ରଶ୍ନ ମନରେ ନିଶ୍ଚୟ ଆସୁଥିବ । ହେଲେ ଭିଡିଓ ଦେଖିବା ପରେ ଆପଣଙ୍କ ହୋସ୍‌ ଉଡ଼ିଯିବ । କାରଣ କେୱାଇସି ଲାଗି ଏମିତି ଯାତ୍ରା ହୋଇଛି । ଇଏ ପୁଣି ଭୋର ୪ଟାରୁ । ହଁ ଠିକ୍‌ ଶୁଣିଲେ ଭୋର ୪ଟାରୁ । 

ଭଦ୍ରକ ବାସୁଦେବପୁର ଅଂଚଳର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟାଙ୍କରେ KYC ଅପଡେଟ୍‌ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ କିଛି ଏମିତି ଉପାୟ ଆପଣାଇଛନ୍ତି ଲୋକେ । ଅଧ ରାତିରୁ ଆସି ବ୍ୟାଙ୍କ ସାମ୍ନାରେ ଲାଇନ୍‌ ଲଗାଇବା ଅନେକଙ୍କ ଲାଗି ସମ୍ଭବ ହେଉନି । ତେଣୁ ବଦଳରେ ଇଟା ରଖି ଲାଇନ୍‌ରେ ରହୁଛନ୍ତି ଏବଂ ସମୟ ଆସିଲେ ବ୍ୟାଙ୍କରେ KYC କରୁଥିବା ଜଣାପଡ଼ିଛି । ଏହାପରେ ବି ମନରେ ଭୟ ସଂଚାର ହେଉଛି । କାଳେ ଅନୁପସ୍ଥିତର ସୁଯୋଗ ନେଇ ଇଟା ଏପଟ ସେପଟ କିଏ କରିଦେବ ତେଣୁ ତାହା ଉପରେ ବି ନଜର ରଖୁଛନ୍ତି ଶହଶହ ଲୋକେ ।

ଅଭିଯୋଗ ଅନୁସାରେ KYC ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ତେଣୁ ଭୋର ୪ଟାରୁ ଆସି ଇଟା ରଖି ନମ୍ବର ପକାଇଛନ୍ତି । ସେଥିପାଇଁ ବି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । କିଏ କେତେ ଶୀଘ୍ର ଆସି ୧ ନମ୍ବର ପାଇବ । କଥାହେଲା ବାସୁଦେବପୁରରେ ମାତ୍ର ଗୋଟିଏ ଷ୍ଟେଟ ବ୍ୟାଙ୍କ ଥିବାରୁ ନାହିଁନଥିବା ଭିଡ଼ ହେଉଛି । ସେଇଥି ଲାଗି ତ ଲୋକମାନେ ଅଧରାତିରୁ ଆସି ଲାଇନରେ ଘଣ୍ଟାଘଣ୍ଟା ଛିଡା ହେଉଛନ୍ତି । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି ।

ଏବେ ଅନଲାଇନ୍‌ରେ ଅନେକ ସରକାରୀ କାମ ହେଉଛି । ଅନଲାଇନ୍‌ ଟ୍ରାନାଜକସନ୍‌ ବି ହେଉଛି । କିନ୍ତୁ ଆକାଉଣ୍ଟରେ KYC  ନଥିବାରୁ କାମ ଠିକ୍‌ରେ ହେଉନି । ତେଣୁ ତୁରନ୍ତ KYC କରାଇବା ଲାଗି ଲୋକଙ୍କ ମଧ୍ୟରେ ସତେ ଯେମିତି ପ୍ରତିଯୋଗିତା ଲାଗୁଛି । ସେପଟେ ଏମିତି ଅବ୍ୟବସ୍ଥା ସମ୍ପର୍କରେ କିନ୍ତୁ ମୁହଁ ଖୋଲିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।  ତେବେ କେବେ ଏ ସମସ୍ୟାର ସମାଧାନ ହେଉଛି ତାହା ସମୟ କହିବ ।
 
 

କିଏ ହେବ ରାଜ୍ୟ
କିଏ ହେବ ରାଜ୍ୟ କଂଗ୍ରେସର ନୂଆ ମୁଖିଆ?
ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନର ଫଳା ଫଳ ଆସିବାର ପ୍ରାୟ 5 ମାସ ପରେ ଚଳ ଚଞ୍ଚଳ କଂଗ୍ରେସ ଭବନ.. କାରଣ ନୂଆ ମୁଖିଆ ବାଛିବା ପାଇଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଙ୍କ
ବିଜେପି ସରକାର ଆସିବା
ବିଜେପି ସରକାର ଆସିବା ପରେ ଓଡ଼ିଶା ମୁହାଁ ବଡ଼ ଉଦ୍ୟୋଗ, ପୁଣି ଫେରୁଛି ପୋସ୍କୋ
ଅର୍ଗସ ବ୍ୟୁରୋ: ବିଜେଡି ସରକାର ସମୟରେ ଓଡ଼ିଶା ଛାଡ଼ିଥିଲେ, ଏବେ ବିଜେପି ସରକାର ସମୟରେ ଫେରୁଛନ୍ତି ବଡ଼ ଶିଳ୍ପ । ଶିଳ୍ପାୟନ ଦିଗରେ ମାରାଥନ୍ ଉଦ୍ୟମ, ଓଡ଼ିଶା ପ୍ରତି ସୃଷ୍ଟି କରିଛ
ପୁଣି ଥରେ
ପୁଣି ଥରେ ବିବାହ କଲେ ସନ୍ନି ଲିଓନି
ଅର୍ଗସ ବ୍ୟୁରୋ: ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ତାଙ୍କ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦ୍ୱିତୀୟ ବିବାହ କରି ଆଲୋଚନାର କେନ୍ଦ୍ରବିନ୍ଦ