ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
by Argus News
Fri, Oct 25 | 1:47 a.m.

ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8 ମିଲିମିଟର ରହିଛି । ଜଗତସିଂହପୁରରେ 0.5 ରୁ 1 ମିଟର ଜୁଆର ଉଠିବାର ସମ୍ଭାବନା ରହିଛି । ପୁରୀ, ବାଲେଶ୍ବରରେ 1 ରୁ 2 ମିଟର ଜୁଆର ଉଠିବା ସମ୍ଭାବନା ରହିଛି । 

ପାଞ୍ଚ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ପାଇଁ ୱାର୍ଣ୍ଣିଂ ଜାରି ରହିଛି । ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । 

ଲ୍ୟାଣ୍ଡଫଲ୍‌ ପୂର୍ବରୁ ଧାମରା ଓ ଭିତରକନିକାରେ ପ୍ରଭାବ ଦେଖାଦେଇଛି । ଧାମରାରେ ଝିପିଝିପି ବର୍ଷା, ପବନର ବେଗ କ୍ରମଶଃ ବଢ଼ୁଛି । କେନ୍ଦ୍ରାପଡ଼ା ଭିତରକନିକାରେ ମଧ୍ୟ ବର୍ଷା ଲାଗି ରହିଛି । ବାଲେଶ୍ବରରେ ବର୍ଷା ସହ ହାଲୁକା ପବନ ହେଉଛି । 

ଭିତରକନିକାରେ ବଢ଼ିଛି ବର୍ଷାର ପରିମାଣ । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାରେ ଲାଗିଛି । ସୁ ସୁ କରି ଗର୍ଜନ କରୁଛି ପବନ । ଆଉ ବେଳେବେଳେ ଝଟକା ମଧ୍ୟ ଅନୁଭୁତ ହେଉଛି । ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି । ଏବେଠୁ ସକାଳ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ।


 

CYCLONE DANA
32m ago
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ
CYCLONE UPDATE
ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ର
CYCLONE DANA
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବ