ଓ୍ବାର୍କ ପ୍ରେସର ନେଉଛି ଜୀବନ
by Argus News
Tue, Oct 01 | 3:37 p.m.

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ହୃଦଘାତ ସମସ୍ୟା। ପ୍ରବଳ କାମ ଚାପରେ ଜୀବନ ଚାଲିଯାଉଛି। କାମକୁ ନେଇ ଆମେ ନିତିଦିନ ଷ୍ଟ୍ରେସ ନେଉଛେ। କାମ ଚାପରେ ଆଜିକାଲି ଜୀବନକୁ ଉପଭୋଗ କରିପାରୁ ନାହାନ୍ତି କର୍ମଚାରୀ। ସେଥିପାଇଁ ମଜା ମସ୍ତି ବଦଳରେ ଚାଲିଯାଉଛି ଅକାଳରେ ଚାଲିଯାଉଛି ଜୀବନ। କାମକୁ ନେଇ ଅଧିକ ଚିନ୍ତା କରିବା। ଠିକ ସମୟରେ ନ ଖାଇବା। ହୃଦଘାତର ଏବେ ପ୍ରମୁଖ କାରଣ ସାଜିଛି। ନିକଟରେ ଏଭଳି ଦୁଇ ଦୁଇଟା କେସ ଆମେ ଶୁଣିଛେ।

 

ଅଫିସରେ କାମ କରୁଥିଲେ। ହଠାତ୍ ଚେୟାରରୁ ଖସି ପଡ଼ିଲେ। ଚେୟାରରୁ ପଡ଼ି ବ୍ୟାଙ୍କ ଅଧିକାରୀଙ୍କ ସନ୍ଦେହନଜର ମୃତ୍ୟୁ ହୋଇଥିଲା। ଲକ୍ଷ୍ନୌରେ ଏଚଡିଏଫସି ବ୍ୟାଙ୍କ ଆଡିସିନାଲ୍ ଡେପୁଟୀ ଭିପିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ହେଉଛି। ସଦାଫ ଫତିମା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସହକର୍ମୀମାନେ ଅଭିଯୋଗ କରିଛନ୍ତି ପ୍ରବଳ କାମ ଚାପ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

ସେହିପରି ପୁଣେର ୨୬ ବର୍ଷୀୟ ଯୁବତୀ ଆନ୍ନା ସେବେଷ୍ଟିଆନଙ୍କ ପ୍ରବଳ କାମ ଚାପ ଯୋଗୁ ମୃତ୍ୟୁ ଘଟିଥିଲା। ପରିବାର ଲୋକେ କହିଥିଲେ ଯେ, ରାତି ଅନିଦ୍ରା ହୋଇ କାମ କରନ୍ତି। ଛୁଟି ବି ନେଉନାହାନ୍ତି। ଆଜି ସେମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁର ସ୍ଥିତି HCL ଟେକ୍ନୋଲୋଜି ଆଫିସରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଅଫିସରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ବାଥରୁମରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଛି ।

ସୂଚନାରୁ ପ୍ରକାଶ ଶୁକ୍ରବାର ସନ୍ଧ୍ୟାରେ HCL ଟେକ୍ନୋଲୋଜି ଆଫିସର କର୍ମଚାରୀ ନୀତିନ ଏଡୱିନ୍ ମାଇକେଲ(୪୦)ଙ୍କୁ କମ୍ପାନୀ ବାଥରୁମରେ ସହକର୍ମୀମାନେ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନାଗପୁର ସ୍ଥିତ AIIMSକୁ ନିଆଯାଇଥିଲା କିନ୍ତୁ ଡାକ୍ତର ମାଇକେଲଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସୋନେଗାଓଁ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପ୍ରାରମ୍ଭିକ ରିପୋର୍ଟରୁ ପ୍ରକାଶ କି ହୃଦୟର ଗତି ଅଟକିଯିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମୃତ୍ୟୁର ପ୍ରକୃତ କାରଣ ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସମୟରେ ଜଣେ ବଞ୍ଚିବା ଲାଗି ନିଯୁକ୍ତି ଯେତିକି ଗୁରୁତ୍ବପୂର୍ଣ୍ଣ ତା'ମାନେ ନୁହେଁ ଅଫିସ ଚାପରେ ନିଜର ଶରୀରକୁ ଭୁଲିଯିବା। ଏବଂ ପରବର୍ତ୍ତୀ ସମୟରେ ମାନସିକ ଚାପ ଲାଗି ଜୀବନ ଯେମିତି ନ ଯାଏ ସେପ୍ରତି ଧ୍ୟାନ ଦେବା ଆବଶ୍ୟକ। ଚାକିରି ଅର୍ଥ କେବଳ କମ୍ପାନୀ ନୁହେଁ ନିଜ ପ୍ରତି ଏବଂ ପରିବାର ପ୍ରତି ଆମର ଗୁରୁ ଦାୟିତ୍ବ ଆବଶ୍ୟକ।

ଅଧିକ ପଢ଼ନ୍ତୁ ଭାରତ ଖବର 


 


 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି