ଭୋଟ୍‌ ପୂର୍ବରୁ ହଁ କହିଥିଲେ, ଭୋଟ୍‌ ପରେ ଭୁଲିଗଲେ !
by Argus News
Tue, Nov 07 | 8:13 p.m.

ଦାବି ଦାବି ପାଇଁ ରାଲି କରି ମାଡି ଆସିଥିଲେ ଚାଷୀ ଭାଇ । ହେଲେ ସେ ଦୃଶ୍ୟ ଦେଖିବା ପରେ ମନରେ ପ୍ରଶ୍ନ ଆସୁଥିବ କି, ଅମଳ ବେଳେ ଚାଷୀ ଏମିତି ଆନ୍ଦୋଳନକୁ କିଆଁ ଓହ୍ଲାଇଲେ ? ପେଟ ଯେତେବେଳେ ପୋଡିଯିବ ସେତେବେଳେ ଆନ୍ଦୋଳନ କରିବେ ନି କରିବେ କଣ ? କାରଣ ମାସେ କି ଦୁଇମାସ ନୁହେଁ ବରଂ ବର୍ଷବର୍ଷ ହେଲାଣି ଚାଷୀଙ୍କ ପେଟକୁ ନାତ ମାରିଛି ବିଜେଡି ସରକାର । ଆଉ ସେଇଥି ଲାଗି ଏବେ ଗର୍ଜନ କରୁଛନ୍ତି ଚାଷୀ ଭାଇ । ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ଷେରୁ ଅଧିକ ସମୟ ହେଲାଣି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣ ଦେଉଛନ୍ତି ଚାଷୀ ।

ଆଜି ନୁହେଁ ବରଂ ୨୦୨୧ରୁ ମରୁଡ଼ି ଇନ୍ ପୁଟ ସବସିଡି ଓ ବୀମା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ । ଉପନିର୍ବାଚନ ବେଳେ ମିଳିଥିଲା ସରକାରୀ ପ୍ରତିଶ୍ରୁତି। ହେଲେ ପ୍ରତିଶ୍ରୁତି ହେଲା ପାଣିର ଗାର । ଏଯାଏଁ ଚାଷୀଙ୍କୁ ମିଳିଲାନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ନଷ୍ଟ ହେଲା ଫସଲ । ଅନେକ ଆନ୍ଦୋଳନ ପରେ  ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ, ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ। 

ପଦ୍ମପୁର ଚାଷୀଙ୍କୁ ସରକାର କେବଳ ଧୋକା ଦେଲେ ତାହା ନୁହେଁ ବରଂ ପୂରା ଜିଲ୍ଲାବାସୀଙ୍କୁ ମିଛ କହିଥିଲେ । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ହଁରେ ହଁ ସିନା କରିଦେଲେ ହେଲେ ପୂରଣ କିଛି କଲେନି । ସେଇଥି ଲାଗି ତ ବଡ ସମାବେଶ କରି ସରକାରକୁ ପାନେ ଦେବାକୁ ସଜ ହେଉଛି କୃଷକ ସଂଗଠନ । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଚାଷୀଙ୍କୁ ନ୍ୟାୟ ନମିଳିବା ପ୍ରସଙ୍ଗରେ ରୋହିତ ପୂଜାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ହେଲେ ରୋହିତ ପ୍ରଶ୍ନକୁ ଏଡାଇ ଯାଇଥିଲେ । କାରଣ ସେ ବି ଜାଣିସାରିଥିଲେ ଏ ସରକାର ଚାଷୀଙ୍କ ସହ କେମିତି ଖେଳିଛି ଖେଳ ।
 

ରୋଡ 'ସୋ'
35m ago
20ରେ ମୋଦି କରିବେ ରୋଡ 'ସୋ'
ପୁରୀ: ୨୦ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ । ଚାଲିଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଘନଘନ ଯାଞ୍ଚ । ପି ଏମ ମୋଦୀଙ୍କ ଗସ୍ତକୁ ନେଇ ପରୀକ୍ଷା ମୂଳକ ଭାବରେ ପୁରୀରେ ଅବତରଣ କରିଛି ବାୟୁସେନା
BEDTIME
40m ago
ରାତିରେ ନିଦ କାହିଁକି ହୁଏନି ? ତେବେ ଶୋଇବା ପୂର୍ବରୁ କଣ କରିବା...
ଅର୍ଗସ ବ୍ୟୁରୋ : ଯେତେ ଚେଷ୍ଟା କଲେ ବି ରାତିରେ ନିଦ ହେଉନି । ଯାହା ଆଜିର ସମୟରେ ବଡ଼ ସମସ୍ୟା ଭାବେ ଛିଡା ହୋଇଚି । ବର୍ତ୍ତମାନ ଯୁଗର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ ଭାବେ ହୋଇଚି
EAT
56m ago
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...
ଅର୍ଗସ ବ୍ୟୁରୋ: ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ। ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋ