କିଏ ହେବ ପାକିସ୍ତାନର ବାଦଶାହା ?
by Argus News
Fri, Feb 09 | 7:28 p.m.

ଅର୍ଗସ ବ୍ୟୁରୋ : କିଏ ହେବ ପାକିସ୍ତାନର ବାଦଶାହା । କାହା ହାତକୁ ଯିବ ଶାସନ କଳ ଚାବି । ପୂର୍ବତନ ଦୁଇ ପ୍ରଧାନମନ୍ତ୍ରୀଙ୍କ ପାର୍ଟି ମଧ୍ୟରେ ଚାଲିଛି କଡ଼ା ଟକ୍କର । ଆଉ କିଛି ସମୟର ଅପେକ୍ଷା । ଭୋଟ୍ ଗଣତି ଜାରି ରହିଥିବା ବେଳେ ଇମ୍ରାନ ଖାନଙ୍କ ସ୍ବମର୍ଥିତ ସ୍ବାଧୀନ ପ୍ରାର୍ଥୀ ଓ ନଓ୍ବାଜ୍ ସରିଫ୍‌ଙ୍କ ପାର୍ଟି ମଧ୍ୟରେ କଡ଼ା ଟକ୍କର ଚାଲିଛି । ଭୋଟ୍ ଗଣତି ପର୍ଯ୍ୟାୟରେ ଇମ୍ରାନଙ୍କ ପ୍ରାର୍ଥୀ ଆଗରେ ଚାଲୁଛନ୍ତି । ଏପଟେ ନିର୍ବାଚନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫଙ୍କ ବିଜୟ ହୋଇଛି । ଲାହୋର ଆସନରେ ସେ ୧, ୭୧, ୦୨୪ ଖଣ୍ଡ ଭୋଟରେ ଜିତିଛନ୍ତି । 

ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫଙ୍କ ପୁଅ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ପଞ୍ଜାବ ପ୍ରାନ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହମଜା ଶହବାଜ ଲାହୋରର ଏନଏ-୧୧୮ ସିଟ୍ ରେ ବାଜିମାରି ନେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ସେ ୧,୦୫, ୯୬୦ ଭୋଟରେ ବିଜୟୀ ହୋଇଛନ୍ତି । ସେପଟେ ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ୍ ତଥା ଆତଙ୍କବାଦୀ ହାଫିଜ୍ ସାଇଦ୍‌ର ପୁଅକୁ ପରାଜୟ ମିଳିଛି । 

ଅଧିକ ପଢନ୍ତୁ ବିଦେଶ ଖବର

ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ୨୬୬ ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇ ନ୍ୟାସନାଲ ଆସେମ୍ବଲିକୁ ଆସନ୍ତି । ବାକି ୭୦ ସାଂସଦ ଆସନ ସଂରକ୍ଷିତ । ମହିଳାଙ୍କ ପାଇଁ ୬୦ ଆସନ ସଂରକ୍ଷିତ ଓ ଅଣମୁସଲିମଙ୍କ ପାଇଁ ୧୦ଟି ସଂରକ୍ଷଣ ଆସନ ରହିଛି । ମୋଟ ୨୬୬ ଆସନ ପାଇଁ ନିର୍ବାଚନ ହେଉଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୪ ସିଟ ଆବଶ୍ୟକ ।

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା