ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ : ଠିକ୍‌ରେ କାମ କରୁନି ପାରାସିଟାମଲ ?
by Argus News
Fri, Sep 27 | 7:34 p.m.

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ଭାରତୀୟ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ଦ୍ବାରା ଗୁଣାତ୍ମକ ପରୀକ୍ଷାରେ ଆସିଛି ଏମିତି ଚିନ୍ତାଜନକ ତଥ୍ୟ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା । କାରଣ ରିପୋର୍ଟରେ କୁହାଯାଇଛି କି, ପୂର୍ବପରି ଏବେ ଠିକ୍‌ରେ କାମ କରୁନି ପାରାସିଟାମଲ । ଖାଲି ପାରାସିଟାମଲ ନୁହେଁ ବରଂ ଡାଇବେଟିସ୍‌ ଓ ହାଇବ୍ଲଡ୍‌ପ୍ରେସର ଔଷଧର ବି ଗୁଣାତ୍ମକ ମାନ କମିଛି । 

ଘରେ ଘରେ ବେଶ୍‌ ପ୍ରଶଂସା ସାଉଁଟିଥିଲା ପାରାସିଟାମ । ସାଧାରଣତଃ ଜ୍ଵର ଆସିବା ମାତ୍ରେ ପାରାସିଟାମଲ ମେଡିସିନ୍‌ ଆମେ ସମସ୍ତେ ଖାଆନ୍ତି । ହେଲେ ତାହାର ଗୁଣବତ୍ତା କମିବା ପରେ ଏବେ ଟେନସନ୍‌ରେ ଜନତା । ରିପୋର୍ଟ ଆସିବା ପୂର୍ବରୁ ଯେଉଁମାନେ ଏହି ଔଷଧ ଖାଇଛନ୍ତି ସେମାନଙ୍କର କୌଣସି ପାର୍ଶ୍ଵପ୍ରତିକ୍ରିୟା ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଲାଣି । ହେଲେ ପାରାସିଟାମଲ ପାଇଁ ପାର୍ଶ୍ଵପ୍ରତିକ୍ରିୟା ହେଉଥିବା ନେଇ କୌଣସି ଖବର ଆମର କିନ୍ତୁ ହସ୍ତଗତ ହୋଇନାହିଁ । 

ଭାରତୀୟ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ପାରାସିଟାମଲ ସହ ୫୩ ଔଷଧ ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି । କ୍ୟାଲସିୟମ ଏବଂ ଭିଟାମିନ୍ ଡି-୩ ସପ୍ଲିମେଣ୍ଟସ୍, ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ଗୁଣାତ୍ମକ ପରୀକ୍ଷାରେ ବିଫଳ ଅଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିମାସରେ କିଛି ଔଷଧର ମାନ ପରୀକ୍ଷା କରାଯାଏ । ସେହି ଭିତିରେ ଏ ମାସ ଭିଟାମିନ୍ ସି ଏବଂ ଡି-୩ ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଗେଲ୍, ଆଣ୍ଟାସିଡ୍ ପାନ୍-ଡି, ପାରାସିଟାମଲ୍ ଆଇପି ୫୦୦ ମିଗ୍ରା, ମଧୁମେହ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ଔଷଧର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ଆଉ ପରୀକ୍ଷା ପରେ ଗୁଣବତ୍ତା କମିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି ।

ମୋଟ୍‌ ଉପରେ ଭାରତରେ ଏବେ ଘରେ ଘରେ ରୋଗୀ ଅଛନ୍ତି । ତେଣୁ ପ୍ରତି ଘର ପିଛା ହଜାର ହଜାର ଟଙ୍କାର ଔଷଧ କିଣାଯାଉଥିବା ଲକ୍ଷ ରହିଛି । କିନ୍ତୁ ଔଷଧର ଗୁଣବତ୍ତା କମିଥିବା ନେଇ ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ।
 

CHIEF MINISTER
21m ago
ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶ
STATE GOVERNMENT
ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷ
HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍