ମୋଦି କହିଲେ AIର ଅର୍ଥ ଆମେରିକା-ଇଣ୍ଡିଆନ
by Argus News
Mon, Sep 23 | 8:07 p.m.

ଅର୍ଗସ ବ୍ୟୁରୋ: ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ନିର୍ବାଚନର ଠିକ୍‌ ପୂର୍ବରୁ ମୋଦି ପହଞ୍ଚିଥିବାରୁ ଗସ୍ତକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଖାସ୍‌ କରି ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ କହିଥିଲେ କି, ମୋଦିଙ୍କୁ ମୁଁ ଅପେକ୍ଷା କରିଛି । ନିଶ୍ଚୟ ଭେଟିବି ବୋଲି । ତେଣୁ ଉଭୟଙ୍କ ଆଲୋଚନାକୁ ପୁରା ବିଶ୍ଵ ନଜରରେ ରଖିଥିଲା ।  ସେପଟେ, ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏଣିକି 'ନମସ୍ତେ' ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ । ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି । ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର ।

ଏବେ ବିଶ୍ଵରେ ଏଆଇ ଯେଉଁପରି ଭାବରେ କାମ କରୁଛି ତାହା ଆମେ ସମସ୍ତେ ଜାଣିଛନ୍ତି ବା ଦେଖୁଛନ୍ତି । ତେଣୁ ଆମେରିକାରେ ଏଆଇକୁ ନେଇ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ । ବିବିଧତା ସତ୍ତ୍ଵେ ଆମେ ଏକ ହୋଇ ଆଗକୁ ବଢୁଛେ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ଵବନ୍ଧୁ କରିଛି । AIର ଅର୍ଥକୁ ନିଜସ୍ଵ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆଉ ଆମେରିକା-ଇଣ୍ଡିଆ ବିଶ୍ଵର ନୂଆ AI ଶକ୍ତି । ୨୦୨୪ ବର୍ଷ ଏକ ଐତିହାସିକ ବର୍ଷ ବୋଲି କହିବା ସହ କହିଛନ୍ତି, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି । 

ବିଜେପି ସରକାରକୁ ଆସିବା ପରେ ପ୍ରଗତି ପଥରେ ଯାଉଛି ଭାରତ । କେମିତି ଟେକ୍ନୋଲୋଜିର ବିକାଶ ହେବ ତାହାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ସେଇଥି ଲାଗି ତ ମୋଦି କହିଛନ୍ତି, ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି । ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ଵ ଦେଉଛୁ । ହଜାର ହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି । ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ ହେଲାଣି । ୫-ଜି ପରେ ଦେଶରେ ୬-ଜି ଉପରେ କାମ ହେଉଛି । ୟୁପିଆଇ କାର୍ଯ୍ୟକାରୀ ହେବା ପରେ ପୁରା ବିଶ୍ଵରେ ନଂ ୱାନ ଅନଲାଇନ୍‌ ନେଣଦେଣ ଭାରତରେ ହିଁ ହେଉଛି । କରୋନା ମହାମାରୀ ସମୟରେ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛୁ ବୋଲି ମୋଦି କହିଛନ୍ତି ।

ମୋଟ୍‌ ଉପରେ, ଭାରତକୁ ନେଇ ପୁରା ଦେଶରେ  ଚର୍ଚ୍ଚା ବଢିଛି । ଏମିତିକି ଅନେକ ଦେଶ ଭାରତକୁ ଅନୁସରଣ କରୁଛନ୍ତି । ଯାହାର ନେତୃତ୍ଵ ନେଉଛନ୍ତି ମୋଦି । ତେଣୁ ଆଗାମୀ ଦିନରେ ଭାରତ ବିଶ୍ଵଗୁରୁ ହେବାକୁ ଯାଉଥିବା ଚର୍ଚ୍ଚା ଜୋର । 

 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର