ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି
by Argus News
Tue, Oct 29 | 4:15 p.m.

ଅର୍ଗସ ବ୍ୟୁରୋ: ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ବୟସ୍କଙ୍କ ପାଇଁ ମୋଦିଙ୍କ ବଡ଼ ଘୋଷଣା । ବୟସ୍କଙ୍କ ପାଇଁ ଆୟୁଷ୍ମାନ ସ୍ବାସ୍ଥ୍ୟବୀମା ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବୟସ୍କଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା । ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ବି ଶୁଭାରମ୍ଭ ହୋଇଛି । ଏହାସହ ସାରାଦେଶକୁ 12 ହଜାର 850 କୋଟି ଟଙ୍କାର ସ୍ବାସ୍ଥ୍ୟଭେଟି ଦେଇଛନ୍ତି ପିଏମ୍ । ଓଡ଼ିଶା ପାଇଁ ବି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । 

ଜଟଣୀରେ ଯୋଗ ଓ ନେଚରପଥି ଗବେଷଣା ପ୍ରତିଷ୍ଠାନର ଶୁଭାରମ୍ଭ ସହ ବରଗଡ଼ରେ ଜଟିଳ ରୋଗ ନିରାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ସେହିପରି ଗୋଠପାଟଣାରେ କେନ୍ଦ୍ରୀୟ ଡ୍ରଗ୍ସ ଗବେଷଣାଗାରର ଉଦଘାଟନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚାରି କୋଟି ଲୋକ ଆୟୁଷ୍ମାନ ଯୋଜନାର ଲାଭ ଉଠାଇଛନ୍ତି । ବିଭିନ୍ନ ରୋଗର ଚିକିତ୍ସା ପାଇଁ ସେମାନଙ୍କୁ ମିଳିଛି ସହାୟତା  । ଗରିବ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ୟା ଏକ ବଡ଼ ସମସ୍ୟା  । ଦିନକୁ ଦିନ ଅଧିକ ଲୋକ ଆୟୁଷ୍ମାନ ଯୋଜନାର ଲାଭ ଉଠାଉଛନ୍ତି । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ବ୍ୟବସ୍ଥା  । 

ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ କୌଣସି ଆୟସୀମା ନାହିଁ  । ଦିଲ୍ଲୀ ଓ ପଶ୍ଚିମବଂଗ ସରକାର ନିଜ ସ୍ବାର୍ଥ ପାଇଁ ଆୟୁଷ୍ମାନ ଯୋଜନାରେ ସାମିଲ ହେଉନାହାନ୍ତି । ପଶ୍ଚିମବଂଗ, ଦିଲ୍ଲୀର ବୟସ୍କ ଲୋକମାନେ ସାମିଲ ହୋଇପାରୁନାହାନ୍ତି । ସେହିପରି ୧୪ ହଜାର ଜନ ଔଷଧି କେନ୍ଦ୍ରରେ ଶସ୍ତାରେ ଔଷଧ ମିଳୁଛି ବୋଲି କହିଛନ୍ତି ପିଏମ୍ ।
 

ମାଓ ମୃତ
50m ago
ସୁକମାରେ ବଡ ଧରଣର ମାଓ ଅପରେସନ୍ , ୧୦ ମାଓ ମୃତ
ଅର୍ଗସ ବ୍ୟୁରୋ : ଛତିଶଗଡର ସୁକମାରେ ବଡ ଧରଣର ମାଓ ଅପରେସନ୍ । ଏଥିରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କୁ ପକ୍ଷରୁ ଅପରେସନ
ଗଣହତ୍ୟା ମାମଲା
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍ । ଗତ ଅକ୍ଟୋବର ୨୯ ତାରିଖ ରାତିରେ ସଦର ଥାନା କରମଡିହି
ହିମାଂଶୁ
ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ
ଅର୍ଗସ ବ୍ୟୁରୋ : ଗତକାଲି ଗିରଫ ହୋଇଥିଲେ ୧୦, ଆଉ ଆଜି ପୁଣି ଅଟକ ହେଲେ ୮ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୮ ଜଣ ଅଟକ ଅଛନ୍ତି । ଗିରଫ ୧
ନିଆଳି
ନିଆଳିରୁ ଶ୍ରୀକ୍ଷେତ୍ର ଯାଉଛି ଭାର, କାଲି ପଢୁଆଁ ହେବେ ମହାବାହୁ
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ। ପଢୁଆଁ ହେବେ ମହାବାହୁ। ମାମୁଁ ଘରୁ ଭଣଜା ପାଖକୁ ଯାଉଛି ଅଷ୍ଟମୀ ଭାର। ନିଆଳି ଶ୍ରୀମାଧବଙ୍କ ପୀଠରେ ପୋଢୁଆ ଯାତ୍ରା। ପ୍ରଭାତରୁ ନିଆଳ
ନେତନ୍ୟାହୁ
ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା
ଅର୍ଗସ ବ୍ୟୁରୋ : ଇସ୍ରାଏଲ ପିଏମ ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଗିରଫ ୱାରେଣ୍ଟକୁ ଖାରଜ କଲ