ଜେଲେନସ୍କିଙ୍କୁ ଭେଟିଲେ ମୋଦି : ଖୁବଶୀଘ୍ର ବନ୍ଦ ହେବ ଋଷିଆ-ୟୁକ୍ରେନ୍‌ ୱାର !
by Argus News
Wed, Sep 25 | 7:10 p.m.

ଅର୍ଗସ ବ୍ୟୁରୋ : ଋଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବେ ମୋଦି ? କିଛି ଏମିତି ଚର୍ଚ୍ଚା ଜାତୀୟ ଗଣମାଧ୍ୟମଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । କାରଣ ଆମେରିକା ଗସ୍ତ ସମୟରେ ପୁଣି ଥରେ ମୋଦିଙ୍କୁ ଭେଟିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ନ୍ୟୁୟର୍କରେ ମୋଦି, ଜେଲେନସ୍କିଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିଛନ୍ତି । ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ଵିତୀୟ ବୈଠକ ।

ବିଶ୍ଵରେ ଏବେ ଭାରତକୁ ନେଇ ଭାରି ଚର୍ଚ୍ଚା । କାରଣ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଗସ୍ତ କରୁଛନ୍ତି ସେଠିକାର ନେତା କେମିତି ଭବ୍ୟ ସ୍ଵାଗତ କରୁଛନ୍ତି ତାହା ପୁରା ବିଶ୍ଵ ଦେଖୁଛି । ଏହାରି ଭିତରେ ଆମେରିକାରେ ବି ବାଇଡେନ୍‌ ମୋଦିଙ୍କୁ ସ୍ଵାଗତ କରିଥିଲେ । ଆଉ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ବି କରିଥିଲେ । ଖାସ୍‌ କରି ମୋଦି-ଜେଲେନସ୍କିଙ୍କ ୱାନ ଟୁ ୱାନ ମିଟିଂକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ । ଆଉ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ, ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ସୋସିଆଲ ମିଡିଆ ଏକ୍ସରେ ନ୍ୟୁୟର୍କରେ ମୋଦି-ଜେଲେନସ୍କିଙ୍କ ଭେଟ ସମ୍ପର୍କରେ ପୋଷ୍ଟ କରିଛନ୍ତି । କହିଛନ୍ତି, ଏହି ବୈଠକ ବେଳେ ଦୁଇ ନେତା ଦ୍ଵିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି, କଥାବାର୍ତ୍ତା ଓ କୂଟନୀତି ଜରିଆରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଆଗ୍ରହୀ ଥିବା ନେଇ ପୁଣି ଥରେ ଜଣାଇଥିଲେ । 

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ । ଆଜି କି କାଲିର ନୁହେଁ ବରଂ ୨ ବର୍ଷର । ଉଭୟ ଦେଶ କେହି କାହାରି ସାମ୍ନାରେ ମୁଣ୍ଡ ନୂଆଁଇବା ପରିସ୍ଥିତିରେ ନାହାନ୍ତି । ସେଇଥି ଲାଗି ତ ଉଭୟ ନେତା ପରସ୍ପର ସହ ଆଲୋଚନା କରିବା ପରେ ବି ଯୁଦ୍ଧ ଥମୁନି । ତେଣୁ  ଏମିତି ସ୍ଥିତିରେ ମୋଦି ହିଁ ଏକମାତ୍ର ନେତା ଯିଏ କି ଯୁଦ୍ଧ ବନ୍ଦ କରିପାରିବେ  । ତେଣୁ ମୋଦି ଜେଲନସ୍କିଙ୍କ ଆଲୋଚନା ପରେ ପୁଟିନ୍‌ଙ୍କ ସହ ମୋଦି ଯୁଦ୍ଧକୁ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ଜୋର । 

 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା