ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
by Argus News
Tue, Mar 12 | 9:57 a.m.

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଅବସରରେ ଏହି ସେବା ଆରମ୍ଭ କରିଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଉଦ୍ଦେଶ୍ୟରେ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ଅଧିକ ପଢନ୍ତୁ : ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଶୁଭାରମ୍ଭ କରିବେ ମୋଦି

ଏହି ଏକ୍ସପ୍ରେସ୍‌ ପୁରୀ ଓ ବିଶାଖାପାଟଣା ମଧ୍ୟରେ ଖୋର୍ଦ୍ଧା, ବାଲୁଗାଁ ଓ ବ୍ରହ୍ମପୁର ଟ୍ରେନ୍‌ ରହଣୀ କରିବ । ଶନିବାର ବ୍ୟତୀତ ସପ୍ତାହର ୬ ଦିନ ଏହା ଚାଲିବ । ଗତବର୍ଷ ମେ’ ମାସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା । ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି । ସେହିପରି ୨୦୨୩ ସେପ୍ଟେମ୍ବର ମାସରେ ପୁରୀ ଓ ରାଉଲକେଲା ମଧ୍ୟରେ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି ।

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର