ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
by Argus News
Wed, Mar 06 | 10:48 a.m.

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସପ୍ତାହେ ମଧ୍ୟରେ ଏହା ପିଏମଙ୍କ ଦ୍ବିତୀୟ ଗସ୍ତ । ଆଜି ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ। ଦିନକ ପରେ ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ, ଏହାର ଠିକ୍ ପୂର୍ବରୁ ମୋଦିଙ୍କ ମହିଳା ରାଲି ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । 

ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ନିଜ ଅଭିଯୋଗ ଜଣାଇବାର ସୁଯୋଗ ପାଇବେ କିଛି ମହିଳା । ମହିଳା ସମାବେଶକୁ ଉଦବୋଧନ ଦେବା ପୂର୍ବରୁ ୧୧ କିମି ମେଗା ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ପିଏମ୍ । ହୁଗୁଳି ନଦୀ ଭିତରେ ଦେଇ କୋଲକାତାର ମୈଦାନ ଷ୍ଟେସନରୁ ଏସପ୍ଲାନେଡ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏହି ଅଣ୍ଡର ୱାଟର ମେଟ୍ରୋ । 

ମୋଟ ମେଟ୍ରୋ ଲାଇନର ଦୈର୍ଘ୍ୟ ୧୬.୫ କିଲୋମିଟର ହୋଇଥିବା ବେଳେ, ୫୨୦ ମିଟର ପାଣି ତଳେ ରହିଛି । ଏହାକୁ ପାର୍ କରିବା ପାଇଁ ମାତ୍ର ୪୫ ସେକେଣ୍ଡ ଲାଗିବ ।  ଅନ୍ୟପଟେ ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡର-ୱାଟର୍ ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି ।

ଆହୁରି ପଢନ୍ତୁ ଭାରତ ଖବର...

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ