ଆଇପିଏଲ ଖେଳିବେ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ
by Argus News
Wed, Mar 13 | 4:51 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ ଏବଂ ଏହାର ଫ୍ୟାନମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଦଳର ଷ୍ଟାର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତାଙ୍କୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ବାରା ଫିଟ ଘୋଷଣା କରାଯାଇଛି। ମଙ୍ଗଳବାର ବୋର୍ଡ ଏହି ସୂଚନା ଦେଇଛି।

ଏହାପୂର୍ବରୁ ସୋମବାର ବିସିସିଆଇ ସଚିବ ଜୟ ଶାହ କହିଥିଲେ ପନ୍ତ ଫିଟ ଅଛନ୍ତି। ଆହତ କାରଣରୁ ଟିମ ଇଣ୍ଡିଆରୁ ଦୂରରେ ଥିବା ପନ୍ତ କିଛି ସମୟ ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଥିଲେ। ଏଠାରେ ୨୬ବର୍ଷୀୟ ଖେଳାଳି ଅଭ୍ୟାସ କରୁଥିବା ଦେଖାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ ଏବଂ ଆଇପିଏଲ ୨୦୨୪ରେ ଫେରିବାକୁ ପ୍ରସ୍ତୁତ। 

ବିସିସିଆଇ ପନ୍ତ ଫିଟ ଘୋଷଣା କରି କହିଛି ଯେ, ଡିସେମ୍ବର ୩୦, ୨୦୨୨ରେ ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ୧୪ ମାସ ଚିକିତ୍ସିତ ହେବାପରେ ରିଷଭ ପନ୍ତ ବର୍ତ୍ତମାନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଆଗାମୀ ଆଇପିଏଲ ପାଇଁ ଫିଟ ଘୋଷିତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ