ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ
by Argus News
Fri, Mar 29 | 8:46 p.m.

ଅର୍ଗସ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ଘନେଇ ଥିବା ବେଳେ ଆଜି ଘଟଣାର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଦାର ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଗାରିମା ସିଂହ ପୂରା ଘଟଣାର ତଦନ୍ତ କରିବେ। ତାଙ୍କ ଅଧୀନରେ ତଦନ୍ତକାରୀ ଟିମ ଘଟଣାର ବିସ୍ତୃତ ତଥ୍ୟ ହାସଲ କରିବ। ମାସକ ମଧ୍ୟରେ କେମିତି ତଦନ୍ତ ରିପୋର୍ଟ ଦାଖଲ କରାଯିବ, ତାକୁ ଗରିମା ନିଶ୍ଚିତ କରିବେ। ସେପଟେ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ। ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୁଲିସ।

ଅଧିକ ପଢ଼ନ୍ତୁ ଦେଶ ଖବର: 

MURDER CASE
19m ago
ଲଇକେରାରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ହତ୍ୟା, ଦୁବୃର୍ତ୍ତ ଫେରାର
ଅର୍ଗସ ବ୍ୟୁରୋ : ଲଇକେରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଗଞ୍ଜୁଡିହି ଗ୍ରାମରେ ସକାଳୁ ଗାଁ ଦାଣ୍ଡରେ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦୁବୃର୍ତ୍ତ ଫେରାର। ମୃତକ ହେଲେ ଲଇକେରା ଥାନ
TEACHER
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା, ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ସୀତାମଢ଼ି ଜିଲ୍ଲାରେ ଜଣେ ଗୁରୁ ନିଜ ଶିଷ୍ୟଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହା ଶୁଣି ସମସ୍ତ
MOON
ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି
ଅର୍ଗସ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଥର ଚେହେରା ପରି ଚନ୍ଦ୍ର ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି । ଏହାର ଅନ୍ୟ ଅଂ