ନବୀନଙ୍କ ସାମ୍ନାରେ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝି : କହିଲେ ନିର୍ବାଚନ ହାରିବାର କାରଣ
by Argus News
Wed, Sep 25 | 7:08 p.m.

ଅର୍ଗସ ବ୍ୟୁରୋ: ୨୪ ବର୍ଷର ସରକାର, ପାଂଚ ପାଂଚ ଥରର ମୁଖ୍ୟମନ୍ତ୍ରୀ । ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ନବୀନ କରିଛନ୍ତି ଅଲୋଡା ରେକର୍ଡ । ଏଥିରେ ଆଦୌ ଦ୍ଵିମତ ନାହିଁ । ହେଲେ ଏସନ ନିର୍ବାଚନରେ ଦଳ ଯେମିତି ଶାସକରୁ ବିରୋଧୀ ଆସନକୁ ଗଲା ତାହାକୁ ନେଇ ନିର୍ବାଚନ ସରିବାର ୪ ମାସ ବିତିଥିଲେ ବି ଚର୍ଚ୍ଚା ଥମୁନି । ଖାସ କରି ନବରଙ୍ଗପୁରର ବିଜେଡି ନେତା ନବୀନଙ୍କ ସାମ୍ନାରେ ଯେଉଁ ବିସ୍ପୋରକ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଖାଲି ଏତିକି ନୁହେଁ ବରଂ ଜିଲ୍ଲା ଦାୟିତ୍ଵରେ ଥିବା ନେତାଙ୍କୁ ଟାର୍ଗେଟ୍‌ କରିବାକୁ ବି ଭୁଲିନାହାନ୍ତି । ସେପଟେ ପ୍ରଦୀପଙ୍କ କଥାରେ କଥା ମିଶାଇଛନ୍ତି କେନ୍ଦୁଝରର ବିଜେଡି ନେତା ବଦ୍ରୀ ପାତ୍ର । କହିଛନ୍ତି, ନବୀନ ବୁଲିଲେ ନାହିଁ ବୋଲି ଆମେ ହାରିଲୁ ।

ନିର୍ବାଚନ ପରିଚାଳନାକୁ ନେଇ ବିଜେଡି ନେତା ପୂର୍ବରୁ ବେଶ ଗର୍ବ କରୁଥିଲେ । ଆତ୍ମଗର୍ବ ଏତେ ବଢିଥିଲା ଯେ ସେମାନେ ପୁଣି ଥରେ ଷଷ୍ଠଥର କ୍ଷମତାକୁ ଫେରିବେ ବୋଲି ଆଶା କରିଥିଲେ । କିନ୍ତୁ ନିର୍ବାଚନ ପରିଚାଳନାରେ ଏମିତି ସାଙ୍ଘାତିକ ତ୍ରୁଟି ରହିଲା ଯେ ସିଧା ଶାସକ ଦଳରୁ ବିରୋଧୀ ଦଳରେ ଯାଇ ବସିଲା । ସେଇଥି ଲାଗି ତ ଗତକାଲି ଶଙ୍ଖ ଭବନରେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିଥିଲେ ସଭାପତି ନବୀନ । ଆଉ ଏହି ସମୟରେ ବିଜେଡି ହାରିବାର ତିନି କରାଣ ଦର୍ଶାଇଥିଲେ ପ୍ରଦୀପ ମାଝୀ । କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦଳରେ ତୀବ୍ର ଅନ୍ତଃକନ୍ଦଳ ଓ ଶୂନ୍ୟ ନିର୍ବାଚନ ପରିଚାଳନା ଲାଗି ଦଳ ପରାଜିତ ହେଲା । ହେଲେ,  ପ୍ରଶ୍ନ ନବୀନଙ୍କ ନିର୍ବାଚନ ପରିଚାଳନାରେ କେମିତି ଭୁଲ୍ ହେଲା ? ଯେଉଁ ଆଗଧାଡ଼ିର ନେତାଙ୍କୁ ଦାୟିତ୍ୱ ଦେଇ ନିର୍ଦ୍ୱନ୍ଦ୍ୱରେ ବସିଥିଲେ ନବୀନ ସେମାନେ କଣ ବିଶ୍ୱାସଭାଜନ ହୋଇପାରିଲେନି କି ? କିଛି ଏମିତି ପ୍ରଶ୍ନ ଏବେ ବିଜେଡି ଶିବିରରେ ଉଙ୍କି ମାରୁଛି ।

ପୂର୍ବରୁ ନବୀନ ସାଧାରଣତଃ ନେତାଙ୍କ ସହ ମିଶୁନଥିଲେ କି ଆଲୋଚନା ବି କରୁନଥିଲେ । ଯାହା ବୁଝୁଥିଲେ ତଥାକଥିତ କ୍ଷମତାକେନ୍ଦ୍ର ସାଜିଥିବା ପାଣ୍ଡିଆନ । ହେଲେ ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ । ତେବେ ପ୍ରଦୀପଙ୍କ ନିଆଁ ଲିଭି ନଥିବା ବେଳେ ସେଥିରେ ଘିଅ ଢାଳିଛନ୍ତି ଘଷିପୁରା ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରି ପାତ୍ର । ସେ କହିଛନ୍ତି ନବୀନ ବାବୁ ନିର୍ବାଚନ ବେଳେ ପ୍ରଚାର ପାଇଁ ସମୟ ଦେଲେନି, ଯେଉଁଥି ପାଇଁ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ବୁଲିଥିଲେ ଏପରି ହୋଇନଥାନ୍ତା । ଏପଟେ କନ୍ଦଳକୁ ଘଂଟ ଘଉଡାଇଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି ଓ ରମେଶ ମାଝୀ  । କହିଛନ୍ତି, ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାରଣ ଥିଲା । ଯଦି ନିର୍ବାଚନ ପରିଚାଳନା ଠିକ୍‌ରେ ହୋଇନି ତାହାଲେ ଶାସକ ଦଳଠୁ ଆମେ ଅଧିକ ଭୋଟ୍‌ ପାଇଲୁ କେମିତି ? 

ମୋଟ୍‌ ଉପରେ, ବିଜେଡି ହାରିବା ପରେ ଏବେ ନେତା ଓ କର୍ମୀ କାହାର ବି ଦଳ ଉପରେ ବିଶ୍ଵାସ ରହୁନି । ସେଇଥି ଲାଗି ତ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଯଦି ଏମିତି ସ୍ଥିତି ଲାଗିରହେ ତାହାଲେ ଆଗାମୀ ଦିନରେ ଦଳ ଆହୁରି କ୍ଷତି ସହିବା ସହିତ ନେତା ଆହୁରି ଦଳ ଛାଡିପାରନ୍ତି । ତେବେ ସମୟ କହିବ ଆଗାମୀ ଦିନରେ ନବୀନ କି ନିଷ୍ପତ୍ତି ନେଉଛନ୍ତି ।

 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା