ମୁଲିଆ ବାପାର ପୁଅ ଏକ ନମ୍ବର  
by Argus News
Sat, Mar 30 | 12:59 p.m.

ମାଲକାନଗିରି:  ଦୃଢ ଇଚ୍ଛା ଶକ୍ତି ହିଁ ସବୁଠୁ ବଡ ସମ୍ପତ୍ତି।  ଏହାକୁ ପ୍ରମାଣିତ କରିଛନ୍ତି  ଜଣେ ଗରିବ, ମୁଲିଆ ବାପାର  ପୁଅ ।  ଏ ହେଉଛନ୍ତି  ପ୍ରକାଶ ବିଶୋଇ। ଦାରିଦ୍ରତାର କଶାଘାତ ଭିତରେ ବହୁ ସଂଘର୍ଷ କରି ଆଇଆଇଟିରେ ନମ୍ବର  ଏକ ରାଙ୍କ ରଖି  ସଫଳତା ଅର୍ଜନ କରିଛନ୍ତି ପ୍ରକାଶ ।   ପ୍ରକାଶଙ୍କ ସଫଳତାରେ ଖୁସିର ଲହରି ଖେଳିଯାଇଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତର ଦୁରାଗୁଡା ଗ୍ରାମରେ।   ଅର୍ଥ ଅଭାବରୁ ୟୁଟ୍ୟୁବ୍‌ ର ଶିକ୍ଷା ଗ୍ରହଣ କରିଥିଲେ ପ୍ରକାଶ ମନକୁ କୁ ଦୁର୍ବଳ ନ କରି ପାଠ ପଢାରେ ନିମଗ୍ନ ରହିଥିଲେ । ଯାହାର ଫଳ ସେ ଆଜି ପାଇଛନ୍ତି।  ବାପା କର୍ଣ୍ଣ ବିଶୋଇ ଓ ମନିରାଣୀ ବିଶୋଇ ଙ୍କ ଚାରି ପୁଅ ମଧ୍ୟରେ ବଡ଼ ପୁଅ ପ୍ରକାଶ କୁମାର ବିଶୋଇ ।  

ପ୍ରକାଶଙ୍କ ବାପା କହିଛନ୍ତି  ପିଲା ବେଳୁ  ତାର ପାଠପଢା ପ୍ରତି ଆଗ୍ରହ ଥିଲା। ଆଜି ମୋତେ ଖାଲି ଗର୍ବିତ କରିନି ଜିଲ୍ଲା, ରାଜ୍ୟକୁ ମଧ୍ୟ ଗର୍ବିତ କରିଛି  ।  ପ୍ରକାଶଙ୍କ ପାଇଁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ଏକ ସ୍ୱପ୍ନ ଥିଲା। କାରଣ ଯେତେବେଳେ  ରେଜଲ୍ଟ ବାହାରିଲା ପ୍ରକାଶଙ୍କ ଶାହସ ନଥିଲା ରେଜଳ୍ୱ ଦେଖିବା ପାଇଁ।  ଏହି ସଫଳତା ପାଇବା ପରେ ପ୍ରକାଶକୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।  ଘରେ ବାପା ରୋଗଗ୍ରସ୍ତ ଥିବାବେଳେ ମା ମଧ୍ୟ ମାନସିକ ଅନଗ୍ରସର ଥିବାରୁ ପ୍ରକାଶ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଥାନ୍ତି।  ମାଙ୍କୁ ମଧ୍ୟ ରୋଷେଇ କାର୍ଯ୍ୟରେ ସହଯୋଗ କରନ୍ତି  । ଆଗକୁ ପାଠ ପଢିବା ପାଇଁ ବହୁ ପଇସା ଆବଶ୍ୟକ ଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରକାଶ।   ତେବେ ଦେଖିବାର ବାକି ରହିଲା ସରକାରଙ୍କ ଶୁଭ ଦୃଷ୍ଟି ପ୍ରକାଶଙ୍କ ଉପରେ କେବେ ପଡୁଛି।
 
 ଅଧିକ ଦେଖନ୍ତୁ: 

SP
13m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
28m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
49m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍