ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ
by Argus News
Wed, Jan 10 | 4:00 p.m.

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସଜେଇ ହୋଇଛି ଅଯୋଧ୍ୟା ନଗରୀ। ୪୯୦ ବର୍ଷ ସଂଘର୍ଷର ଅନ୍ତ ଘଟିଛି। ଆମ ପ୍ରଭୁ ରାମ ଲଲା ଆସୁଛନ୍ତି। ଏନେଇ ସମଗ୍ର ଦେଶରେ ଉତ୍ସାହର ମାହୋଲ। ମା’ ସୀତାଙ୍କ ବାପଘରୁ ଆସିଲା ସାମଗ୍ରୀ। ଆପଣମାନେ ନିଶ୍ଚିତ ଭାବେ ପ୍ରଭୁ ଶ୍ରୀରାମଙ୍କ ଶ୍ବଶୁର ଘର ହେଉଛି ନେପାଳର ଜନକପୁର। ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଆଡ଼ୁ କିଛି ନା କିଛି ବିଶେଷ ଉପହାର ଆସିଛି। ସେଥିରୁ ବା କେମିତି ବାଦ ପଡ଼ିବ ମାତା ସୀତାଙ୍କ ବାପଘର। କଥାରେ ଅଛି ଝିଅ ବାହାହେଲେ ବାପଘରୁ ନିଶ୍ଚିତ ଭାବେ ଭାର ଆସିଥାଏ। ଆଉ ସେଇଥିପାଇଁ ମାତା ସୀତାଙ୍କ ବାପଘର ମାନେ ନେପାଳର ଜନକପୁର ଧାମରୁ ୫୦୦ ଲୋକ ସାମଗ୍ରୀ ଆଣି ଅଯୋଧ୍ୟା ଆସିଛନ୍ତି। 

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କ୍ରମରେ ମା' ସୀତାଙ୍କ ବାପଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶାଶୁ ଘରେ ପହଞ୍ଚିଛି। ୨୨ରେ ରାମଲାଲାଙ୍କ ସିଂହାସନ ଆରୋହଣ ପରେ ମା' ସୀତାଙ୍କ ଗୃହ ପ୍ରବେଶ ହେବ। ନେପାଳର ଜନକପୁର ଧାମର ୫୦୦ ଲୋକ ମା' ସୀତାଙ୍କ ପାଇଁ ସାମଗ୍ରୀ ନେଇ ଅଯୋଧ୍ୟାକୁ ଆସିଛନ୍ତି। ପରମ୍ପରା ହେଉଛି ଯେ, ଯେତେବେଳେ ବି ଘରର ଉତ୍ସବ ସମାରୋହ ହୁଏ, ଜିନିଷଗୁଡ଼ିକ ବାପଘରୁ ଶାଶୁଘରକୁ ଆସିଥାଏ। ତେଣୁ ଜନକପୁରର ଲୋକମାନେ ବର୍ତ୍ତମାନ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହି ସାମଗ୍ରୀରେ ଭିନ୍ନ ପ୍ରକାରର ଫଳ, ପନିପରିବା, ଶସ୍ୟ, ତେଲ, ଅଳଙ୍କାର, ଟଙ୍କା, ମିଠା ଏବଂ ପାତ୍ର ରହିଛି। କେବଳ ଏତିକି ନୁହେଁ, ନେପାଳରୁ ମହିଳାମାନେ ମଧ୍ୟ ଆସିଛନ୍ତି ଏବଂ ସେମାନେ ନିଜକୁ ମାତା ସୀତାଙ୍କର ବନ୍ଧୁ ବୋଲି କହୁଛନ୍ତି। ମହିଳାମାନେ କହିଛନ୍ତି, ସେମାନେ ତାଙ୍କ ମାତୃ ଘରୁ ମା' ସୀତାଙ୍କ ପାଇଁ ଉପହାର ଆଣିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରୋଡ ସୋ'
35m ago
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ