ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
by Argus News
Wed, Jan 31 | 1:42 p.m.

ଅର୍ଗସ ବ୍ୟୁରୋ: ବଜେଟ୍ ଅଧିବେଶନର ପ୍ରଥମ ଦିନ । ମିଳିତ ଅଧିବେଶନକୁ ନୂଆ ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ ସମାଜ ପ୍ରତି ସମର୍ପଣ ଭାବର ପ୍ରତୀକ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସଂସଦରେ ମିଶୁ ମୋର ଦେହ ଏ ଦେଶରେ ମାଟିରେ…. ପଂକ୍ତିକୁ ଦୋହାରଇଛନ୍ତି ରାଷ୍ଟ୍ରପତି ।  ପୂରା ଦେଶ ଶୁଣିଲା ଗୋପବନ୍ଧୁଙ୍କ ଏ ପଂକ୍ତିକୁ । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, ଅମୃତ କାଳରେ ନିର୍ମାଣ ହୋଇଛି ନୂଆ ସଂସଦ ଭବନ । ସମ୍ବିଧାନ ପ୍ରସ୍ତୁତକୁ ୭୫ ବର୍ଷ ପୁରିଛି । ଏହି ଅମୃତ କାଳରେ ୧୭ ହଜାରରୁ ଅଧିକ ଅମୃତ ସରୋବର ହୋଇଛି । ୨ ଲକ୍ଷରୁ ଅଧିକ ଅମୃତ ବାଟିକାର ନିର୍ମାଣ ହୋଇଛି । 

ଅମୃତ ଉତ୍ସବରେ କର୍ତ୍ତବ୍ୟପଥରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ଗମ୍ଭୀର ସଙ୍କଟ ସତ୍ତ୍ବେ ଭାରତ ବିକଶିତ ଭାରତ ଧାରାରେ ଆଗକୁ ବଢୁଛି । ଭାରତ ହେଉଛି ପ୍ରଥମ ଦେଶ, ଯିଏ ଚନ୍ଦ୍ରର ସାଉଥ ପୋଲରେ  ପ୍ରଥମେ ପହଞ୍ଚିଛି । G-20 ରେ ଭାରତର ଗୌରବ ବଢିଛି । asian gamesରେ ୧୦୦ରୁ ଅଧିକ ମେଡାଲ ଜିତିଛି ଭାରତ । ଦେଶକୁ ଅଟଳ ସେତୁ, ଅମୃତ ଭାରତ ଟ୍ରେନ ମିଳିଛି । 5Gରେ ଭାରତ ଦ୍ରୁତ ଗତିରେ ବଢୁଛି । ଲକ୍ଷାଧିକ ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନ କରିଛି ଏ ସରକାର । ସେହିପରି ୧୨ ମାସରେ ଅନେକ ମହତ୍ତ୍ବପୂର୍ଣ୍ଣ କାନୁନ ଆସିଛି । ନାରୀ ଶକ୍ତି ବନ୍ଧନ ଅଧିନିୟମ ପାରିତ ।

ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଦଣ୍ଡ ନୁହେଁ ନ୍ୟାୟକୁ ପ୍ରାଥମିକତା ଦିଆଯାଇଛି । ଜାମ୍ମୁକାଶ୍ମୀରରୁ ୩୭୦ ହଟାଇବା ଇତିହାସ ବନିଛି । ୨୦୧୪-୧୫ରେ ୨୦୦୦ ଇଲେକ୍ଟ୍ରି ଯାନ ବିକ୍ରି ହେଉଥିଲା,  ଏବେ ୧୫ ଲକ୍ଷ ଏଲେକକ୍ଟ୍ରି ଯାନ ବିକ୍ରି ହେଉଛି । ସେହିପରି ରାମ ମନ୍ଦିର ଆକାଂକ୍ଷାକୁ ପୂରଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଆଉ ୫ ବର୍ଷ ପାଇଁ ମାଗଣା ରାସନ ମିଳିବ । ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି  ।  
 

ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା
ହେମାମାଳିନୀ
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ
ନିଆଁ
ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ର