ଆସୁଛନ୍ତି ପ୍ରଭୁ ଶ୍ରୀ ରାମ; ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି
by Argus News
Sun, Jan 21 | 10:02 p.m.

ଅର୍ଗସ ବ୍ୟୁରୋ: ପୁରା ଦେଶ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତ । ଦଶକ ଦଶକର ସଂଘର୍ଷ ପରେ ସେହି ଐତିହାସିକ ମୁହୂର୍ତ୍ତକୁ ସମସ୍ତଙ୍କୁ ଅପେକ୍ଷା । ରାତି ପାହିଲେ ରାମଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । 

ତେବେ ସହଜ ନଥିଲା ଏ ଯାତ୍ରା । ରାମଙ୍କ ଜନ୍ମ ସ୍ଥାନରେ ଏତେ ବଡ ଭବ୍ୟ ମନ୍ଦିର । ଆଉ ଏହି ମନ୍ଦିରକୁ ଗଢି ତୋଳିବା ପାଇଁ ପ୍ରତ୍ୟେକ ପାହାଚ ଏକ ଇତିହାସ । ଏହା କିଛି ଛୋଟ କଥା ନୁହେଁ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଆମେ ସମସ୍ତେ ବଡ ଭାଗ୍ୟବାନ । ପୁରା ଦେଶ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତ । ସମସ୍ତଙ୍କ ମନରେ ଉତ୍କଣ୍ଠା । ଖାଲି ଦେଶ କ'ଣ ପୁରା ବିଶ୍ୱ ପ୍ରଭୁ ଶ୍ରୀରାମଙ୍କୁ ପାଇ ଆଜି ଖୁସି । ଆତ୍ମବିଭୋର । ତାଙ୍କ ଉପସ୍ଥିତି ସମସ୍ତଙ୍କୁ ସଠିକ ମାର୍ଗରେ ନେବା ପାଇଁ ବାଟ କଢେଇବ । ନିଜ କର୍ତ୍ତବ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ । 

ଶ୍ରୀ ରାମ ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଐତିହ୍ୟର ସର୍ବୋତ୍ତମ ଦିଗଗୁଡ଼ିକୁ ସୂଚିତ କରନ୍ତି । ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ଅନେକଙ୍କୁ ପ୍ରେରିତ କରେ । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଥିଲେ । ଏନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି । 

 

ପାରୁଲ ୟୁନିଭରସିଟି
20m ago
ଟେକ୍ନୋଲୋଜିରେ ଶ୍ରେଷ୍ଠ ପାରୁଲ ୟୁନିଭରସିଟି , ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କଲେ ସ୍ପେନ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଭାରତ ଏବଂ ଗୁଜୁରାଟର ଟେକ୍ନୋଲୋଜି ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ତିଆରି କରିବା କ୍ଷେତ୍ରରେ ସବୁଠୁ ଶ୍ରେଷ୍ଠ ହେଉଛି ପାରୁଲ ୟୁନିଭରସିଟି । ସ୍ପେନର ବୈଦେଶିକ ବ୍ୟପାର ମନ୍ତ୍ରଣାଳ
SPEED 10
44m ago
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର । କହିଲେ, 'ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧି
TRUMP
48m ago
କମଲାଙ୍କ ଉପରେ ବର୍ଷିଲେ ଟ୍ରମ୍ପ : କହିଲେ, ସେ ନିର୍ବାଚନ ଜିତିଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚିତ
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ନଭେମ୍ବରରେ ପଡ଼ିବ ଭୋଟ୍‌ । ହେଲେ ଏବେଠୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳୁଛି